ଦେଢ ଲକ୍ଷ ଟଙ୍କାର ହୀରା ଗିଳିଦେଲା କୁକୁର । ଅସ୍ତ୍ରୋପଚାର ପରେ ବାହାରିଲା ହୀରା, ହେଲେ ଅପରେସନ ପରେ ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର । ଜାଣନ୍ତୁ… କୁକୁର ପେଟରୁ ବାହାରିଲା କ’ଣ?

ହୀରା ବ୍ୟବସାୟୀଙ୍କ କୁକୁର ଖେଳୁଥିବା ସମୟରେ ଦୁଇଟି ହୀରାକୁ ଗିଳି ଦେଇଥିଲା

5,517

ହୀରା ପ୍ରତି ସମସ୍ତଙ୍କ ସଉକ ରହିଥାଏ। କିନ୍ତୁ ସସସ୍ତେ ଏହାକୁ କିଣିବା ପାଇଁ ସକ୍ଷମ ହୋଇନଥାନ୍ତି । । ଥରେ ଭାବନ୍ତୁ ତ ଆପଣ ବହୁତ କଷ୍ଟ କରି ଘରକୁ ହୀରା କିଣି ଆଣିଥିବେ, ଆଉ ଏହି ହୀରାକୁ ଆପଣଙ୍କ ଘରେ ଥିବା ପୋଷା କୁକୁର ଗିଳି ଦେବ। ଏପରି ପରିସ୍ଥିତିରେ ଆପଣ କ’ଣ କରିବେ? ବାସ୍ତବରେ ଏମିତି ଏକ ଘଟଣା ଜଣେ ହୀରା ବ୍ୟବସାୟୀଙ୍କ ଘରେ ଘଟିଛି।
ପୁନେରେ ବସବାସ କରୁଥିବା ଜଣେ ହୀରା ବ୍ୟବସାୟୀଙ୍କ କୁକୁର ଖେଳୁଥିବା ସମୟରେ ଦୁଇଟି ହୀରାକୁ ଗିଳି ଦେଇଥିଲା। କୁକୁର ଗିଳି ଦେଇଥିବା ହୀରାର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଥିବା କୁହାଯାଉଛି। କୁକୁର ହୀରା ଗିଳିଦେବା ପରେ କୁକୁରର ମାଲିକ ବିଚଳିତ ହୋଇ ସଙ୍ଗେସଙ୍ଗେ କୁକୁରକୁ ଧରି ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର କୁକୁରକୁ ଦେଖି ହୀରା ବାହାର କରିବାକୁ ହେଲେ ପେଟର ଅସ୍ତ୍ରୋପଚାର କରିବାକୁ ପଡ଼ିବ ବୋଲି କହିଥିଲେ। ମାଲିକଙ୍କ ଅନୁମତି କ୍ରମେ ହସ୍‌ପିଟାଲ୍‌ରେ କୁକୁରର ଅସ୍ତ୍ରୋପଚାର କରାଯାଇଥିଲା।
ଡାକ୍ତର କୁକୁରର ଅସ୍ତ୍ରୋପଚାର କରୁଥିବା ସମୟରେ ତାର ପେଟ ଭିତରେ ଯେଉଁ ଦୃଶ୍ୟ ଦେଖିଥିଲେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଅସ୍ତ୍ରୋପଚାର ସମୟରେ କୁକୁର ପେଟରୁ କେବଳ ଯେ ଗିଳି ଦେଇଥିବା ହୀରା ବାହାରିଥିଲା ତାହା ନୁହେଁ ବରଂ ଛୁଞ୍ଚି, କୋଟର ଦୁଇଟି ବୋତାମ, ରବର ଓ ଆଉ କିଛି ସୂତା ଡାକ୍ତର ବାହାର କରିଥିଲେ। ଅସ୍ତ୍ରୋପଚାର ପରେ କୁକୁର ସମ୍ପୂର୍ଣ ଭାବେ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।