କନକ ବ୍ୟୁରୋ : ଭୁବନେଶ୍ୱର ବକ୍ରେଶ୍ୱର ମନ୍ଦିର ପରିସରରେ ଜଣେ ବ୍ୟକ୍ତିଙ୍କ ଅରୁଚିକର ଆଚରଣ ବିରୁଦ୍ଧରେ ତତ୍ପର ହୋଇଛି କମିଶନରେଟ୍ ପୁଲିସ୍ । ବକ୍ରେଶ୍ୱର ମନ୍ଦିର ପରିସରରେ ଜଣେ ବ୍ୟକ୍ତି ପୋଶା କୁକୁର ଆଣି ମଳମୁତ୍ର ତ୍ୟାଗ କରାଉଥିବାରୁ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଘଟଣାକୁ ଗୁରୁତର ସହ ନେଇ କମିଶନରେଟ୍ ପୁଲିସ୍ ।
ଏହି ଚିତ୍ର ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଲୋକମାନେ ଏହାକୁ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଆଉ ଏହା ପରେ ଟିଟ୍ୱ କରି କମିଶନରେଟ୍ ପୁଲିସ୍ ସୂଚନା ଦେଇଛି ଯେ, ମନ୍ଦିର ଭଳି ସ୍ମାରକୀ ସ୍ଥଳରେ ଯେଉଁ ଘଟଣା ଘଟିଛି, ତାକୁ ଗୁରତର ସହ ଗ୍ରହଣ କରାଯାଇଛି ।
Follow Us
/kanak/media/post_attachments/wp-content/uploads/2020/10/Ej5CW8YU8AI1M3g.jpg)