କନକ ବ୍ୟୁରୋ : କୁକୁର କରୁଛି ହୋମୱାର୍କ ! କଥାଟା ଆପଣଙ୍କୁ ଶୁଣିକି ହସ ଲାଗିବ ନିଶ୍ଚୟ । କାରଣ କକୁର କେମିତି ହୋମୱାର୍କ କରିବ । ସେ କେମିତି ପାଠ ଜାଣିବ ଯେ ହୋମୱାର୍କ କରିବ । ହେଲେ ଏମିତି ହୋଇଛି, କୁକୁର ପାଠ ପଢୁଛି । କୁକୁରକୁ ଆମେ ବହୁତ ବିଶ୍ୱସ୍ତ ମାନିଥାଉ । ଏମିତିକି ନିଜ ଜୀବନକୁ ବି ସେ ମାଲିକ ପାଇଁ ବାଜିରେ ଲଗାଇପାରେ, ଆଉ ହୋମୱାର୍କ ତା ପାଇଁ କଣ । କିନ୍ତୁ ଆପଣ କଣ ଭାବୁଛନ୍ତି କି କୁକର ପେନସିଲ ଧରି ସବୁ ପାଠ କରିପକାଉଛି । ସେମିତି କିଛି ବି ନୁହେଁ ଆଜ୍ଞା, ବରଂ କୁକୁରଟି ନିଜ ଛୋଟ ମାଲିକ ମାନେ ଛୋଟ ପିଲାଟିକୁ ହୋମୱାର୍କ ସାରିବାରେ ସାହାଯ୍ୟ କରିଛି । କୁକୁରଟି ପିଲାଟିକୁ ଆକ୍ଟିଭ୍ କରାଉଛି, ପିଲାଟିର ହୋମୱାର୍କ ପୂରା କରିବାରେ ତାକୁ ସହେଯାଗ କରୁଛି ।
ତେବେ ପୁରା ଘଟଣାଟି କିଛି ଏମିତି । ଆପଣ ଜାଣନ୍ତି କେମିତି କରୋନା ଯୋଗୁଁ ସ୍କୁଲ ସବୁ ବନ୍ଦ ରହିଛି, ଏବଂ ଅନଲାଇନରେ ପିଲାଙ୍କ ପାଠ ପଢା ଚାଲିଛି, ଆଉ ଏହି ସମୟରେ କ୍ଲାସ ଅନୁଯାୟୀ ପିଲାମାନଙ୍କୁ ପାଠ ବି ଦିଆଯାଉଛି, ଆଉ ପିଲାମାନେ ସ୍କୁଲ ନ ଯାଇ ଘରେ ପୂରା ବୋର ହୋଇଯାଉଛନ୍ତି । ଏମିତିରେ ସ୍କୁଲରୁ ଯେତେବେଳେ ଘରକୁ ପାଠ ଦିଆଯାଉଛି, ସେତବେଳେ ପିଲାମାନେ ପାଠ ପଢିବାକୁ ସେମିତି ଆଗ୍ରହ ଦେଖାଉନାହାନ୍ତି । ଏମିତିରେ ଏହି କୁକୁରଟି ପିଲାଟିକୁ ପାଠ ପଢିବାରେ ସହେଯାଗ କରୁଛି ।
କୁକୁରକୁ ସବୁଠୁ ବିଶ୍ୱାସୀ ଜନ୍ତୁ ବୋଲି ସମସ୍ତେ ମାନନ୍ତି, କିନ୍ତୁ କୁକୁର ଯେ ହୋମୱାର୍କ କରିବାରେ ବି ସାହାଯ୍ୟ କରିପାରେ ଏକଥା ଦେଖିବାକୁ ମିଳିଛି । ଏହି ସମୟର ଫଟୋ ଓ ଭିଡିଓ ଗୁଡିକୁ ଇନଷ୍ଟା ପେଜରେ ସେୟାର କରାଯାଇଛି, ହକସ୍ ନାମକ ଏହି କୁକୁରଟି ଏବେ ସୋସିଆଲ ମିଡିଆର ହିରୋ । କାରଣ ସେ ଏମିତି କାରନାମା କରିଛି ଯେ, ତାର ବହୁତ ଚାହିଦା । ହକସ୍ ନାମକ ଏହି କୁକରଟି ପିଲାଟିର ହୋମୱାର୍କ ସିନା ବୁଝି ପାରୁନି ହେଲେ ପିଲାଟି ସହ ଖେଳି ଖେଳି ସେ ତାକୁ ସବୁ ହୋମୱାର୍କ କରାଇ ଦେଇଛି । କେତବେଳେ ପିଲାଟିକୁ ଗେଲ କରି ପକାଉଛି ତ କେତବେଳେ ସେ ତା ପାଖରେ ବସି ରହୁଛି । ଘଡିଏ ବି ତାକୁ ଛାଡିକି ଯାଇନି । ପିଲାଟି ତା ପାଠପଢା ସାରୁଥିବା ବେଳେ ହକସ୍ ତା ପାଖରେ ବସି ତାର ମନୋବଳ ବଢାଉଛି ।
ହକସ୍ ସିନା ପିଲାଟିର ପାଠ ବୁଝି ପାରୁନି ହେଲେ ଏତିକି ବୁଝି ପାରୁଛି କି ପିଲାଟିର ଜମା ବି ପାଠପଢାରେ ମନ ନାହିଁ, ତେଣୁ ସେ କେମିତି ଖୁସି ହେବ ବୋର୍ ହବନି ସେଥିପାଇଁ ହକସ୍ ଲଗାତାର ତାର ପ୍ରୟାସ ଜାରି ରଖିଛି । ତେବେ ଏହି ସବୁ ମୋମେଣ୍ଟର ଚିତ୍ରକୁ କ୍ୟାମେରାରେ କଏଦ କରାଯାଇଥିଲା, ଆଉ ଯେତେବେଳେ ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଗଲା, ସେତେବେଳେ ଏହି ଭିଡିଓଟିକୁ ଲୋକମାନେ ବେଶ ପସନ୍ଦ କରିଥିଲେ । କୁକୁରର ହୋମୱାର୍କରେ ସହଯୋଗ କରିବାର ତରିକା ସମସ୍ତଙ୍କୁ ବେଶ ପସନ୍ଦ ବି ଆସିଥିଲା ।