ରକ୍ତଦାନ ଶିବିରରେ ପଶୁଙ୍କ ଯୋଗଦାନ ! ୫୦ରୁ ଅଧିକ କୁକୁର କଲେ ରକ୍ତଦାନ ।

Advertisment
ରକ୍ତଦାନ ଶିବିରରେ ପଶୁଙ୍କ ଯୋଗଦାନ ! ୫୦ରୁ ଅଧିକ କୁକୁର କଲେ ରକ୍ତଦାନ ।

www.thehindu.com

ରକ୍ତଦାନ କଲେ କୁକୁର ! କୁକୁରଙ୍କ ଦେହରୁ କଢାଗଲା ରକ୍ତ । ରକ୍ତଦାନ କରିବା ଏକ ମହତ କାର‌୍ୟ୍ୟ ବୋଲି କୁହାଯାଏ। ରକ୍ତ ଦାନ କରିବା ଦ୍ୱାରା ନିଜ ଶରୀର ସୁସ୍ଥ ରହିବା ସହ ଅନ୍ୟ ରୋଗୀମାନଙ୍କୁ ଠିକ ସମୟରେ ରକ୍ତ ମିଳିଯାଇଥାଏ । ଅନେକ ଗରୀବ ଲୋକ ଏହା ଦ୍ୱାରା ଉପକୃତ ହୋଇଥାନ୍ତି । ସେଥିପାଇଁ ଲୋକମାନଙ୍କୁ ସର୍ବଦା ରକ୍ତ ଦେବା ପାଇଁ ପ୍ରେରିତ କରାଯାଇଥାଏ। ଏଥିପାଇଁ ହସ୍ପିଟାଲ ଓ ବିଭିନ୍ନ ସ୍ଥାନମାନଙ୍କରେ ରକ୍ତଦାନ ଶିବିର ଲାଗିଥାଏ।

publive-image

ଏହି ଶିବିରରେ ଲୋକମାନେ ସ୍ୱଇଚ୍ଛାରେ ରକ୍ତଦାନ କରି ଥାଆନ୍ତି। କିନ୍ତୁ ଆପଣ କେବେ ‘ଡଗ୍ ରକ୍ତ ଦାନ ଶିବିର’ ବିଷୟରେ ଶୁଣିଛନ୍ତି। ଆଜ୍ଞା ହଁ ଚେନ୍ନାଇରେ ରକ୍ତ ଦାନ କରିବାର ଏକ ଅଦ୍ଭୁତ ମିସାଲ ଦେଖିବାକୁ ମିଳିଛି। ଏହା ପଶୁ ବ୍ଲଡ୍ ବ୍ୟାଙ୍କ ହସ୍ପିଟାଲ ଦ୍ୱାରା ସୋମବାର ଆୟୋଜନ କରାଯାଇଥିଲା। ଏହି ଶିବିର ନାମ ‘ସ୍ୱଇଚ୍ଛା ଡଗ୍ ରକ୍ତ ଦାନ’ ଶିବିର ଥିଲା।

ଏହି ରକ୍ତ ଦାନ କାର‌୍ୟ୍ୟକ୍ରମର ଆୟୋଜନ ଚେନ୍ନାଇର ତନୁବାସ ପଶୁ ରକ୍ତ ବ୍ୟାଙ୍କର କ୍ଲିନିକ୍ ବିଭାଗ ଦ୍ୱାରା କରାଯାଇଥିଲା। ତନୁବାସ ପଶୁ ରକ୍ତ ବ୍ୟାଙ୍କ ମାଡ୍ରାସ ପଶୁ ହସ୍ପିଟାଲର କଲେଜ ପରିସରରେ ‘ସ୍ୱଇଚ୍ଛା ଡଗ୍ ରକ୍ତ ଦାନ’ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୫୦ରୁ ଅଧିକ କୁକୁର ସାମିଲ ହୋଇଥିଲେ। ଏହି କାର‌୍ୟ୍ୟକ୍ରମକୁ ଲୋକମାନେ ନିଜର ପୋଷାକୁକୁରକୁ ରକ୍ତ ଦାନ କରିବାକୁ ନେଇ ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe