ଅନୁଗୁଳ : ପୁରୀ ପରେ ଅନୁଗୁଳରେ କୁୁକୁର ଆକ୍ରମଣ । ବୁଲା କୁକୁର ଆକ୍ରମଣରେ ରକ୍ତାକ୍ତ ହୋଇଛନ୍ତି ଅନୁଗୁଳ ବଅଁରପାଳ ହରିଜନ ସାହିର ୪ବର୍ଷୀୟ ପ୍ରିୟାଂଶୀ ନାଏକ । ପ୍ରିୟାଂଶୀଙ୍କ ମୁହଁକୁ କୁକୁର ପଲ ଝୁଣି ଦେଇଛନ୍ତି । ଶିଶୁଟିର ନାକ ଓ ଆଖିପତାରେ ଗଭୀର ଆଘାତ ଲାଗିଛି ।
ପ୍ରିୟାଂଶୀ ଘର ସାମ୍ନାରେ ବସିଥିବା ହଠାତ୍ ୩ଟି ବୁଲା କୁକୁର ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପ୍ରିୟାଂଶୀଙ୍କ ମୁହଁ ଓ ବେକରେ ଦାନ୍ତ ଲଗାଇ ଝୁଣି ପକାଇଥିଲେ । ତାଙ୍କୁ ପ୍ରଥମେ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-04-09h04m38s713.png)