ଏଇ ତ ତୋର ମୋର ଦୋସ୍ତୀ । କଟକରେ ପାଣି ଘେରରେ କୁକୁର ପିଠିରେ ବୁଲୁଛି ମାଙ୍କଡ

50

କନକ ବ୍ୟୁରୋ : ମଣିଷକୁ ସର୍ମ୍ପକର ନୂଆ ପରିଭାଷା ଶିଖାଇଛନ୍ତି କୁକୁର ଓ ମାଙ୍କଡ । ଯେତେବେଳେ ବର୍ଷା ପାଣିରେ ଉବୁଟୁବୁ ହେଉଛି ପୂରା କଟକ ସହର ସେତେବେଳେ କୁକୁର ପିଠିରେ ବସି ମାଙ୍କଡ ନିଜ ଗନ୍ତବ୍ୟସ୍ଥଳକୁ ବାହାରିପଡିଛି । ଆଉ କୁକୁର ଓ ମାଙ୍କଡ ମଧ୍ୟରେ ଥିବା ଏଭଳି ଅନାବିଳ ପ୍ରେମକୁ ଦେଖି କଟକବାସୀ ମଧ୍ୟ ତାଜୁବ ।

ଶନିବାର ଲଗାଣ ବର୍ଷାରେ ପୂରା କଟକ ସହର ପାଣିରେ ଉବୁଟୁବୁ ହେଉଥିବା ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । କଟକର ଗଳିକନ୍ଦିରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଅନ୍ୟପଟରେ କୁକୁର ପିଠିରେ ବସି ମାଙ୍କଡ ପାଣି ପାର ହେଉଥିବାର ବିରଳ ଘଟଣା ଦେଖିବାକୁ ମିଳିଛି । ଯାହା ସ୍ୱାର୍ଥପର ମଣିଷ ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି । ସର୍ମ୍ପକର ମୂଲ୍ୟବୋଧ କଣ ତାହା ମଣିଷକୁ ଶିଖାଇଛନ୍ତି କୁକୁର ଓ ମାଙ୍କଡ । ସାଧାରଣତଃ କୁକୁର ଓ ମାଙ୍କଡ ପରସ୍ପର ବିରୋଧୀ । କିନ୍ତୁ ଯେତେବେଳେ କୁନି ମାଙ୍କଡଟି ବର୍ଷାରେ ଅସୁବିଧାରେ ପଡିଛି ସେତେବଳେ ସାହାଯ୍ୟ କରିବା ପାଇଁ ମଣିଷ ବଦଳରେ କୁକୁର ଚାଲି ଆସିଛି । ଖାଲି ଏତିକି ନୁହେଁ ଅତି ଆଦରରେ ନିଜ ପିଠିରେ ବସାଇ ପାଣି ପାର ମଧ୍ୟ କରାଉଛି । ଆଉ ଦୁଇ ପଶୁଙ୍କ ମଧ୍ୟରେ ଏଭଳି ପ୍ରେମ ସଭ୍ୟ ମଣିଷ ସମାଜ ପାଇଁ ସର୍ମ୍ପକର ନୂଆ ଉଦାହରଣ ସୃଷ୍ଟି କରିଛି ।