କେବିକେ ଜିଲ୍ଲାରେ ଅଧ୍ୟାପକ ସଙ୍କଟ : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ; ଉତ୍ତର ରଖିଲେ ଉଚ୍ଚଶିକ୍ଷାମନ୍ତ୍ରୀ

93

କନକ ବ୍ୟୁରୋ : କେବିକେ ଜିଲ୍ଲା ଗୁଡ଼ିକର କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ଅଭାବ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଜାଣିଶୁଣି କେବିକେ ଜିଲ୍ଲାକୁ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିକ୍ରମ ଦେବ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଉଥିବାରୁ ଧନ୍ୟବାଦ କିନ୍ତୁ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତିରେ କାହିଁକି ପାତରଅନ୍ତର କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।

ଟିଚିଂ ଓ ନନଟିଚିଂ ଷ୍ଟାର୍ଫ ଅଭାବରୁ କୋରାପୁଟ ଜିଲ୍ଲାର ଗୋଟିଏ ବିଡିଓ କଲେଜ୍ ବନ୍ଦ ହୋଇଗଲା ବୋଲି କହିଛନ୍ତି । ଆଜି ପ୍ରଶ୍ନକାଳରେ ଅଧ୍ୟାପକ ନିଯୁକ୍ତି ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଘେରିଥିଲେ ତାରାପ୍ରସାଦ ବାହିନୀପତି ।

ସେହିପରି ବଲାଙ୍ଗୀରର ବିଇଡି କଲେଜରେ ଶିକ୍ଷକ ସଂକଟ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କେବିକେ ଜିଲ୍ଲାରେ ବିକାଶ ସବା ତଳେ ରହୁଛି । ରାଜ୍ୟ ସରକାରଙ୍କୁ ଲଜ୍ଜ୍ୟା ଲାଗୁନି କାହିଁକି ବୋଲି ପ୍ରଶ୍ନ କରଛନ୍ତି । ତେବେ ବିରୋଧୀ ଦଳ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।