ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ୍ କରିଛନ୍ତି ପି.ଚିଦାମ୍ବରମ୍ । ପିଆଜର ଦରବୃଦ୍ଧିକୁ ନେଇ ଦେଶରେ ଚର୍ଚ୍ଚା ଲାଗିରହିଛି । କିନ୍ତୁ ଗତକାଲି ସଂସଦରେ ମୁଁ ଏତେ ପିଆଜ ଓ ରସୁଣ ଖାଏ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାଜନୀତି ଜୋର ଧରିଛି । ଚିଦାମ୍ବରମ୍ କହିଛନ୍ତିି ଅର୍ଥମନ୍ତ୍ରୀ ପିଆଜ ଖାଉନାହାନ୍ତି ତ ଆଉ କ’ଣ ଖାଉଛନ୍ତି? ଆଭୋକାଡୋ ! ୧୦୬ ଦିନ ପରେ ଜେଲରୁ ବାହାରିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏନେଇ ଟାର୍ଗେଟ କରିଛନ୍ତି ।
ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଗୁରୁବାର ଦିନ ସଂସଦ ପରିସର ଗାନ୍ଧୀ ମୂର୍ତ୍ତିତଳେ ଚିଦାମ୍ବରମଙ୍କ ସହ ଅନ୍ୟ କଂଗ୍ରେସ ସାଂସଦମାନେ ଧାରଣା ଦେଇଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ବିବାଦୀୟ ବୟାନକୁ ନେଇ ଚିଦାମ୍ବରମ କହିଛନ୍ତି ,ଅର୍ଥବ୍ୟବସ୍ଥା ସୁଧାରିବାରେ କେନ୍ଦ୍ର ସରକାର ବିଫଳ । ଲୋକଙ୍କୁ କମ୍ ପିଆଜ ଖାଇବାକୁ କହୁଥିବା ସରକାର ଚାଲିଯିବା ଉଚିତ୍ । ତେବେ ନିର୍ମଳାଙ୍କ ଏହି ବୟାନ ପରେ ବିରୋଧୀ ଓ ସୋସିଆଲ ମିଡିଆରେ ଲୋକେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଦେଶରେ ପିଆଜର ଦରବୃଦ୍ଧି ବଢି ବଢି ଚାଲିଛି । ବର୍ତ୍ତମାନ ପିଆଜ କିଲୋ ପିଛା ୧୦୦ ରୁ ୧୫୦ଟଙ୍କାରେ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/05_12_2019-chidambrm_19817229.jpg)
/kanak/media/post_attachments/wp-content/uploads/2019/12/CongressParliament_OneTV8H-300x225.jpg)