କଣ ସଚିନ ହେବାକୁ ଚାହୁଁଛନ୍ତି ଆଗାମୀ ବିସିସିଆଇ ଅଧ୍ୟକ୍ଷ? ପଢନ୍ତୁ କଣ କହିଲେ ଲିଟିଲ ମାଷ୍ଟର …

145

କନକ ବ୍ୟୁରୋ: କଣ ସଚିନ ହେବାକୁ ଚାହୁଁଛନ୍ତି ଆଗାମୀ ବିସିସିଆଇ ଅଧ୍ୟକ୍ଷ? ଏହି ପ୍ରଶ୍ନର ନିଜେ ଉତ୍ତର ରଖିଛନ୍ତି କ୍ରିକେଟର ସଚିନ ତେନ୍ଦୁଲକର । ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ପ୍ରଶ୍ନରେ ସଚିନ ପ୍ରତିକ୍ରିୟା ରଖିଛନ୍ତି ।

ଏକ କାର୍ଯ୍ୟକ୍ରମରେ ସଚିନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କଣ କେବେ ସଚିନ ବିସିସିଆଇ ଅଧ୍ୟକ୍ଷ ହେବାକୁ ଚାହୁଁଛନ୍ତି କି? ଏହାର ଉତ୍ତରରେ ସଚିନ ଅତି ମଜାଳିଆ ଢଙ୍ଗରେ ଜବାବ ରଖିଛନ୍ତି । ସେ କହିଛନ୍ତି, ମୁଁ ଦ୍ରୁତ ବୋଲିଂ କରେ ନାହିଁ । ଗୋଟିଏ ସମୟରେ ଯେତେବେଳେ ସୌରଭ ଗାଙ୍ଗୁଲି ୱିକେଟ ନେଉଥିଲେ ସେ ଘଣ୍ଟା ପ୍ରତି ୧୪୦ କିମି ବେଗରେ ବଲ ଫୋଫାଡୁଥିଲେ । ତେବେ ତାଙ୍କ ଅଣ୍ଟାରେ ଅସୁବିଧା ଦେଖାଦେଇଥିଲା । ସଚିନ ହସି ହସି କହିଥିଲେ ମୁଁ ୧୪୦ କମି ବେଗରେ ବୋଲିଂ କରେନାହିଁ । ହସି ହସି ସେ ଏହି ପ୍ରଶ୍ନକୁ ଟାଳି ଦେଇଥିଲେ । ଦ୍ରୁତ ବୋଲିଂର ଉଦାହରଣ ସେ ଏଥିପାଇଁ ଦେଉଥିଲେ କାହିଁକି ନା ବର୍ତ୍ତମାନର ବିସିସିଆଇ ସଭାପତି ରୋଜର ବିନ୍ନି ଜଣେ ଦ୍ରୁତ ବୋଲର ଏବଂ ପୂର୍ବତନ ଅଧନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଜଣେ ମଧ୍ୟମ ଗତିର ଦ୍ରୁତ ବୋଲର । ତେଣୁ ସେ ଏହାର ମଜାଳିଆ ଢଙ୍ଗରେ ଉଦାହରଣ ଦେଇ ଉତ୍ତର ରଖିଥିଲେ ।