କୌଣସି ବି ସମୟରେ ଘୋଷଣା ହୋଇପାରେ ‘ୟୁନିଭର୍ସାଲ ବେସିକ୍ ଇନକମ୍’ ସ୍କିମ୍ । ବିନା ବିଳମ୍ବ କରି ରେଡି କରି ଦିଅନ୍ତୁ ଏହି ୫ଟି ଡକ୍ୟୁମେଂଟ୍

Advertisment
କୌଣସି ବି ସମୟରେ ଘୋଷଣା ହୋଇପାରେ ‘ୟୁନିଭର୍ସାଲ ବେସିକ୍ ଇନକମ୍’ ସ୍କିମ୍ ।  ବିନା ବିଳମ୍ବ କରି ରେଡି କରି ଦିଅନ୍ତୁ ଏହି ୫ଟି ଡକ୍ୟୁମେଂଟ୍

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏକ ସଭାରେ ଯୋଗଦେଇ ଘୋଷଣା କରି କହିଛନ୍ତି କି, ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢେ ତେବେ ସାରା ଦେଶରେ ନ୍ୟୁନତମ ଆୟ ଗ୍ୟାରେଂଟି ଲାଗୁ କରିଦିଆଯିବ । ଯାହାକୁ ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଲୋକସଭା ନିର୍ବାଚନ ପୂର୍ବରୁ ହିଁ ପୁରଣ କରିବାକୁ ନିଷ୍ପତି ନେଇଛନ୍ତି । ଗେହେଲଟ ଘୋଷଣା କରିଛନ୍ତି କି, ସେ ଖୁବ୍ ଶୀଘ୍ର ହିଁ ରାଜସ୍ଥାନରେ ଏହି ଯୋଜନାକୁ ଲାଗୁ କରିବେ ବୋଲି ।

publive-image

ତେବେ ଚର୍ଚ୍ଚା ହେଉଛି କେନ୍ଦ୍ରର ମୋଦି ସରକାର ନିର୍ବାଚନ ପୂର୍ବରୁ ୟୁନିଭର୍ସାଲ ବେସିକ୍ ଇନକମ୍ ବା’ ସମସ୍ତଙ୍କ ପାଇଁ ସର୍ବନିମ୍ନ ଆୟର ବନ୍ଦୋବସ୍ତ ଯୋଜନା ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି । ବିଶେଷ କରି ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ନିର୍ବାଚନ ହାରିବା ପରେ ବିଜେପି ଏଭଳି ଏକ ବଡ ଘୋଷଣା କରିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । କିନ୍ତୁ ମୋଦି ସରକାର ଏନେଇ କୌଣସି ଘୋଷଣା କରିବା ପୂର୍ବରୁ ରାହୁଲ ଗାନ୍ଧୀ ମିନିମନ୍ ଇନ୍କମ୍ ଗ୍ୟାରେଂଟିର ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଉପରେ ଚାପ ବୃଦ୍ଧିପାଇଛି । ତେଣୁ ଆଶା କରାଯାଉଛି କି କେନ୍ଦ୍ର ସରକାର ବଜେଟରେ ଏନେଇ ଘୋଷଣା କରିପାରନ୍ତି ।

ଏବେ ପ୍ରଶ୍ନ ଉଠୁଛି କି, ନ୍ୟୁନତମ ଆୟ ଗ୍ୟାରେଂଟି ଯୋଜନାର ଲାଭ ହାସଲ କରିବା ପାଇଁ କେଉଁ କେଉ ଦସ୍ତାବିଜର ଆବଶ୍ୟକତା ରହିଛି ? ମିଳିଥିବା ସୂଚନା ମୁତାବକ, ସର୍ବନିମ୍ନ ଆୟ ଗ୍ୟାରେଂଟି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣଙ୍କ ନିକଟରେ ଏହି ୫ଟି ଦସ୍ତାବିଜ ରହିଥିବା ନିହାତି ଜରୁରୀ..

• ଆୟ ପ୍ରମାଣ ପତ୍ର

• ଆଧାରକାର୍ଡ

• ରାସନ କାର୍ଡ

• ପାନ କାର୍ଡ

• ନିବାସ ପ୍ରମାଣପତ୍ର

publive-image

ଏହି ଯୋଜନାର ଅର୍ଥ ହେଲା, ସରକାର ଦେଶର ପ୍ରତିଟି ନାଗରିକଙ୍କୁ ବିନା କୌଣସି ସର୍ତ୍ତରେ ଏକ ନିର୍ଧାରିତ ରକମ ପ୍ରଦାନ କରନ୍ତି । ଏଥିରେ କିଛି ଖାସ୍ ଲୋକଙ୍କୁ, ଯେପରିକି ଗରିବ ସୀମାରେଖା ତଳେ ବାସ କରୁଥିବା ପରିବାର ଏବଂ କୃଷକଙ୍କୁ ପ୍ରାଥମିକତା ଦିଆଯାଇପାରେ । ଏଥିରେ ଦେଶର ୨୦ କୋଟି ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରେ । ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ତଥା ସିଇଏ ରହିଆସିଥିବା ଅରବିନ୍ଦ ସୂଭ୍ରମଣ୍ୟମ ୨୯ ଜାନୁଆରୀ ୨୦୧୮ରେ କହିଥିଲେ କି, ଆସନ୍ତା ବର୍ଷରେ ଗୋଟିଏ କିମ୍ବା ୨ଟି ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହୋଇପାରେ । ଏଠାରେ ଆମେ କହି ରଖୁଛୁ କି, ସୁଭ୍ରମଣ୍ୟମ ୨୦୧୬-୧୭ର ଆର୍ଥିକ ସର୍ଭେରେ ଏହାର ସୁପାରିସ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe