ହକି ପ୍ରେମୀଙ୍କ ପାଇଁ ଖୁସି ଖବର : ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ‘ଦ ମାଉଂଟେନ୍ ହକି’

137

କନକ ବ୍ୟୁରୋ : ଓଡ଼ିଶା ତଥା ଅଗଣିତ ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଡ଼ିଜନି ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ଡ଼କୁମେଂଟାରୀ ଚଳଚିତ୍ର ‘ଦ ମାଉଂଟେନ୍ ହକି’ । ୨୦୧୮ରେ ଓଡ଼ିଶାରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ୍ ପରେ ଫିଲ୍ମ ନିର୍ମାତା ଏଭଳି ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ ।

ଜଣେ ବ୍ୟକ୍ତି ପାହାଡ଼ ଉପରେ ୪ଶହରୁ ଉଦ୍ଧ୍ୱର୍ ଝିଅଙ୍କୁ କିଭଳି ହକି ଶିଖାଉଛନ୍ତି ତାହାରି ଉପରେ ଆଧାରିତ ହୋଇଛି ଏହି ଚଳଚିତ୍ର । ସବୁଠାରୁ ବଡ଼ କଥା ହେଉଛି ହଟଷ୍ଟାରରେ ଏହି ଚଳଚିତ୍ର ପ୍ରସାରଣ ହେବାକୁ ଯାଉଛି । ଏହା ହେଉଛି ଓଡ଼ିଆ ଭାଷାରେ ପ୍ରଥମ ଡ଼କୁମେଂଟାରୀ ଫିଲ୍ମ, ଯାହା କୌଣସି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ରାଜ କିଶୋର ହୋତା ଓ ମନୀଷ ଭୁଷଣ ମିଶ୍ର ।