ଡାକ୍ତରଙ୍କ ପ୍ରେସକ୍ରିପସନରେ ଲେଖା ହୋଇଥିବା ଏହି କୋର୍ଡ ୱାର୍ଡ ବାବଦରେ ଜାଣିଛନ୍ତି କି ?

115

ଯେତେବେଳେ ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଯାଏ, ଡାକ୍ତର ନିଜର ହସ୍ତାକ୍ଷରରେ ଔଷଧ ଲେଖିଥାନ୍ତି । କିନ୍ତୁ ଡାକ୍ତରମାନେ ପ୍ରେସକ୍ରିପସନରେ କ’ଣ ଲେଖନ୍ତି, ତାହା ବୁଝିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇଯାଏ । ଏମିତି ବି ଲୋକ ଅଛନ୍ତି, ଯିଏକି ଡାକ୍ତରଙ୍କ ଲେଖିଥିବା ସାଙ୍କେତିକ ଶବ୍ଦକୁ ବୁଝିବାକୁ ଚେଷ୍ଟା କରନ୍ତି । କେବେ କେବେ ଆଶ୍ଚର୍ଯ୍ୟ ବି ହୁଏ, ଯେତେବେଳେ ଆମେ ଔଷଧ ଦୋକାନୀକୁ ସହଜରେ ପଢ଼ିକି ଔଷଧ ଦେଉଥିବାର ଦେଖୁ । ଆମେ ଆପଣଙ୍କୁ ଏମିତି କିଛି କୋର୍ଡ ବାବଦରେ ଜଣାଇବାକୁ ଯାଉଛୁ ।

Rx= ଉପଚାର
q= ପ୍ରତ୍ୟେକ
qD= ପ୍ରତିଦିନ
qOD= ପ୍ରତି ଗୋଟିଏ ଦିନକୁ ଛାଡି
qH= ପ୍ରତି ଘଣ୍ଟା
S= ଏହା ବିନା
C= ଏହା ସହିତ
SOS= ଆବଶ୍ୟକ ପଡିଲେ
AC= ଭୋଜନ କରିବା ପୂର୍ବରୁ
PC= ଭୋଜନ କରିବା ପରେ
BID=  ଦିନକୁ ଦୁଇଥର
TID= ଦିନକୁ ତିନିଥର
QID=  ଦିନକୁ ଚାରିଥର
OD=  ଦିନକୁ ଥରେ
BT=  ଶୋଇବା ସମୟରେ
BBF= ଜଳଖିଆ ପୂର୍ବରୁ
BD=  ରାତ୍ରି ଭୋଜନ ପରେ
Tw=  ସପ୍ତାହକୁ ଦୁଇଥର
QAM=ପ୍ରତ୍ୟେକ ସକାଳ
QP=ପ୍ରତ୍ୟେକ ରାତି
Q4H= ପ୍ରତି ଚାରି ଘଣ୍ଟାରେ
HS=  ଶୋଇବା ସମୟରେ
PRN=  ଆବଶ୍ୟକତା ଅନୁସାରେ