ଆଧୁନିକ ଚିକିତ୍ସା ବିଜ୍ଞାନରେ ଜ୍ୟୋତିଷ ଶାସ୍ତ୍ର ! ଜାତକ ଦେଖି କରାଯାଉଛି ରୋଗୀଙ୍କ ଚିକିତ୍ସା

285

କୁଣ୍ଡଳୀ ଦେଖି କରାଯାଉଛି ରୋଗୀଙ୍କ ଚିକିତ୍ସା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ମଧ୍ୟ ଏହା ସତ । ଆଧୁନିକ ଚିକିତ୍ସା ବିଜ୍ଞାନରେ ଜ୍ୟୋତିଷ ଶାସ୍ତ୍ରକୁ ବ୍ୟବହାର କରି ଏକ ହସ୍ପିଟାଲ ଚର୍ଚ୍ଚାର ପରିସରକୁ ଆସିଛି । ଜୟୁପର ସ୍ଥିତ ୟୁନିକ ସଙ୍ଗୀତା ମେମୋରିଆଲ ହସ୍ପିଟାଲରେ କୁଣ୍ଡଳୀ ଦେଖି ରୋଗୀଙ୍କ ଚିକିତ୍ସା କରାଯାଉଛି ।

ସେଠାରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ମତରେ ଏଠାରେ ଜ୍ୟୋତିଷ ବିଜ୍ଞାନ କେବଳ ରୋଗୀଙ୍କୁ ଚିକିତ୍ସା କରାଇବାରେ ସହାୟକ ହେଉଛି ତା ନୁହେଁ ରୋଗୀଙ୍କୁ କାଉନସେଲିଂ କରିବାରେ ମଧ୍ୟ ବେଶ ସହାୟକ ହେଉଛି । ଜୟପୁର ବୈଶାଲୀନଗର ସ୍ଥିତ ଏହି ହସ୍ପିଟାଲର ଡାକ୍ତର ମହେଶ କୁଲକର୍ଣ୍ଣୀଙ୍କ କହିବା କଥା ହେଲା ସେମାନେ ଏଠାରେ ଜ୍ୟୋତିଷ ବିଦ୍ୟା ଓ ମେଡିକାଲ ବିଜ୍ଞାନ ଭିତରେ ତାଳମେଳ ରଖିବାକୁ ଉଦ୍ୟମ କରୁଛନ୍ତି । ଭାରତୀୟ ସଂସ୍କୃତିରେ ଜ୍ୟୋତିଷ ବିଜ୍ଞାନର ଅନେକ ମହତ୍ୱ ରହିଛି ବୋଲି ସେ କହିଛନ୍ତି । ଏପରିକି ସେହି ହସ୍ପିଟାଲରେ ଜ୍ୟୋତିଷ ପଣ୍ଡିତ ମଧ୍ୟ ନିଯୁକ୍ତି ପାଇଛନ୍ତି । ପ୍ରଥମେ ରୋଗୀ ଚିକିତ୍ସା ପାଇଁ ଆସିଲେ ଜ୍ୟୋତିଷ ପଣ୍ଡିତ ସେମାନଙ୍କ ଜାତକ ବା କୁଣ୍ଡଳୀ ଦେଖି ଗ୍ରହଦଶାର ମୂଲ୍ୟାଙ୍କନ କରିଥାନ୍ତି ଏବଂ ସେହି ଆଧାରରେ ରୋଗୀଙ୍କୁ ଡାକ୍ତରଙ୍କ ପକ୍ଷରୁ ଚିକିତ୍ସା କରାଯାଇଥାଏ । ବର୍ତ୍ତମାନ ସେହି ହସ୍ପିଟାଲରେ ୫ଜଣ ଡାକ୍ତରଙ୍କ ସହ ୨୨ଜଣ ମେଡିକାଲ ଷ୍ଟାଫ ଓ ଜ୍ୟୋର୍ତିବାଜ୍ଞାନୀ ଅଛନ୍ତି । ପ୍ରତିଦିନ ଏହି ହସ୍ପିଟାଲକୁ ୨୫ରୁ ୩୦ ଜଣ ରୋଗୀ ଆସିଥାନ୍ତି ।