୩ବର୍ଷରୁ ଅଧିକ ଦିନ ରହିଲେ ବଦଳି ବାଧ୍ୟତାମୂଳକ ! ଏଣିକି ଗୋଟିଏ ମେଡିକାଲ କଲେଜରେ ଆସ୍ଥାନ ଜମାଇ ରହିପାରିବେନି ଡାକ୍ତର

20

କନକ ବ୍ୟୁରୋ : ଏଣିକି ଗୋଟିଏ ମେଡିକାଲ କଲେଜରେ ଆସ୍ଥାନ ଜମାଇ ରହିପାରିବେନି ଡାକ୍ତର । ୩ବର୍ଷରୁ ଅଧିକ ଦିନ ରହିଲେ ଡାକ୍ତରଙ୍କୁ ବଦଳି କରାଯିବ । ସରକାରୀ ମେଡିକାଲ କଲେଜ ପାଇଁ ଏନେଇ ଜାରି କରାଯାଇଛି ଟ୍ରାନ୍ସଫର ପଲିସି । ୩ ବର୍ଷରୁ ଅଧିକ ଦିନ ଗୋଟିଏ ମେଡିକାଲ କଲେଜରେ ଡାକ୍ତର ରହିଲେ ତାଙ୍କୁ ଅନ୍ୟ ଏକ ମେଡିକାଲ କଲେଜକୁ ବଦଳି ବାଧ୍ୟତାମୂଳକ କରାଯିବ ।

ସେହିପରି କେବିକେ ଅଂଚଳରେ କାମ କରୁଥିବା ଡାକ୍ତରମାନେ ଯଦି ୩ ବର୍ଷରୁ ଅଧିକ ଦିନ ସେହି ଯାଗାରେ ରହିବାକୁ ଇଚ୍ଚା କରନ୍ତି ସେମାନଙ୍କୁ ସେଠାରେ ଥଇଥାନ ପାଇଁ ଟ୍ରାନ୍ସଫର ପଲିସିରେ ଉଲ୍ଲେଖ ରହିଛି । ସେମାନଙ୍କ ବଦଳି ପ୍ରକିୟା  ସେମାନଙ୍କୁ ୧୦ ବର୍ଷରୁ ଅଧିକ ସମୟ ଧରି କିଭଳି କଟକ ବଡ ମେଡିକାଲରେ ଅନେକ ଡାକ୍ତର ରହିଆସିଛନ୍ତି ସେ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି । ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ଡାକ୍ତରମାନେ ରହିବା ଫଳରେ ପଛୁଆ ଅଂଚଳରେ କାମ କରୁଥିବା ଡାକ୍ତରମାନେ ସହରକୁ ଆସିପାରୁନାହାନ୍ତି ।