କନକ ବ୍ୟୁରୋ: ଶ୍ୱଶୂର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା । ବ୍ରହ୍ମପୁର ସ୍ଥିତ ଶକ୍ତିନଗରରେ ଥିବା ଶ୍ୱଶୂର ଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଏସକେ ରଥ । ଗତ ଶନିବାର ସେ ଶକ୍ତିନଗରରେ ଥିବା ଶ୍ୱଶୂର ଘରକୁ ବୁଲିବାକୁ ଆସିଥିଲେ । ଶ୍ୱଶ୍ୱର ଘରେ ସ୍ତ୍ରୀ ଓ ପିଲା ଥିବାରୁ ଆସିଥିଲେ ଡାକ୍ତର ଏସକେ ରଥ । ରବିବାର ରାତିରେ ଖାଇ ସାରିବା ପରେ ଗୋଟିଏ କୋଠରୀରେ ଏକ୍କା ଶୋଇଥିଲେ ଏସକେ ରଥ । ହେଲେ ସକାଳୁ କବାଟ ନଖୋଲିବାରୁ ପରିବାର ଲୋକେ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି କବାଟ ଭାଙ୍ଗି ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ତେବେ ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇ ତଦନ୍ତ ଚଲାଇଛି ।