କନକ ବ୍ୟୁରୋ: ଡାକ୍ତରଙ୍କ ଦେଶବ୍ୟାପୀ ଧର୍ମଘଟ। କୋଲକାତାରେ ଟ୍ରେନି ଡାକ୍ତରଙ୍କ ହତ୍ୟାକୁ ବିରୋଧ କରି ଡାକ୍ତରମାନେ ସାରା ଦେଶରେ ପ୍ରତିବାଦ କରୁଛନ୍ତି। ଦିଲ୍ଲୀ ଏମ୍ସ ସମେତ ଅନେକ ସରକାରୀ ଡାକ୍ତରଖାନାର ରେସିଡେଂଟ ଡାକ୍ତରମାନେ ଧର୍ମଘଟରେ ବସିଛନ୍ତି। ଓପିଡି, ଓଟି ଓ ୱାର୍ଡ ସେବା ଠପ୍ ହୋଇଯାଇଛି। ଦିଲ୍ଲୀର ଲେଡି ହାର୍ଡିଂ ମେଡିକାଲ କଲେଜ, କଳାବତୀ ହସ୍ପିଟାଲ, ସଫଦରଜଙ୍ଗ ହସ୍ପିଟାଲ, ରାମ ମନୋହର ଲୋହିଆ ଆଦି ହସ୍ପିଟାଲର ଓପିଡି ସେବା, ଇଲେକ୍ଟିଭ୍ ସର୍ଜରୀ ଏବଂ ଲ୍ୟାବ ସେବା ବନ୍ଦ ରହିଛି। ଫଳରେ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ସମୟରେ ଜରୁରୀକାଳୀନ ସେବା କାର୍ୟ୍ୟକ୍ଷମ ରହିଛି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଏଫ୍ଏଆଇଏମଏ ଡାକ୍ତର ସଂଘ। ସେପଟେ କୋଲକାତା ଆରଜି କର ମେଡିକାଲ କଲେଜର ପ୍ରିନସିପାଲ ଇସ୍ତଫା ଦେଇଛନ୍ତି। ଆଜି ତିନି ଡାକ୍ତରଙ୍କୁ ଜେରା କରାଯିବାର ସୂଚନା ମଧ୍ୟ ରହିଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣକ କୋଲକାତା ପୋଲିସରେ ଚୁକ୍ତି ଭିତ୍ତିରେ କାମ କରୁଥିଲେ। ମାସକୁ ୧୨ ହଜାର ଟଙ୍କା ଦରମା ପାଉଥିବା ସହ କୋଲକାତା ପୋଲିସର ଲୋଗୋ ଥିବା ପୋଷାକ ପିନ୍ଧୁଥିଲେ।
ଡାକ୍ତରଙ୍କ ଦାବି:
- ବିଳମ୍ବ ନକରି ମାମଲାକୁ ସିବିଆଇକୁ ହସ୍ତାନ୍ତର ଦାବି
- ଅଧ୍ୟକ୍ଷଙ୍କ ସହ ହସ୍ପିଟାଲର ସୁରକ୍ଷା ଅଧିକାରୀ ଇସ୍ତଫା ଦାବି
- ଡାକ୍ତରଙ୍କ ପାଇଁ ସେଣ୍ଟ୍ରାଲ ପ୍ରୋଟେକସନ ଆକ୍ଟ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି
- ମୃତ ଡାକ୍ତରଙ୍କ ନାଁରେ ମେଡିକାଲ କଲେଜର ବିଲଣ୍ଡିଂ କିମ୍ବା ଲାଇବ୍ରେରୀକୁ ନାମିତ କରାଯାଉ
- ଡାକ୍ତରଙ୍କ ପରିବାରକୁ ପର୍ୟ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇବାକୁ ଦାବି
- ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/25-8.jpg)