କଏଦୀ ପେଟରୁ ବାହାରିଲା ମୋବାଇଲ ଫୋନ୍ । ଏକ୍ସ-ରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର ।

475

କନକ ବ୍ୟୁରୋ : ଆଜିକାଲି ମୋବାଇଲ ଆମ ସମସ୍ତଙ୍କର ଆବଶ୍ୟକତା ବନିଯାଇଛି । କେଇ ସେକେଣ୍ଡ ପାଇଁ ମୋବାଇଲକୁ ଭୁଲିଯିବା କଥା ଆମେ ଭାବିବି ପାରୁନେ । କିନ୍ତୁ ଥରେ ଭାବିଲେ, ମୋବାଇଲଟା ଯଦି ଆପଣଙ୍କ ହାତରୁ ଯାଇ ପେଟରୁ ବାହାରେ, ତାହାଲେ କଣ ହେବ । ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯାଉଥିବେ, କିନ୍ତୁ ଘଟଣାଟି ଏମିତି ହିଁ ହୋଇଛି । ଜଣେ କଏଦୀ ପେଟରୁ ବାହାରିଛି ମୋବାଇଲ ।

ଘଟଣାଟି ଘଟିଛି କୋସାବାରେ । ସେଠାକାର ଜଣେ ଡାକ୍ତର ଏମିତି ସର୍ଜରୀ କରିଥିବା ନେଇ ଦାବି ରଖିଛନ୍ତି । ସେ କହିଛନ୍ତି କି, ସେଠାରେ ଜଣେ କଏଦୀ ମୋବାଇଲଟିକୁ ଗିଳି ଦେଇଥିଲେ । କାରଣ ତାଙ୍କୁ ଯେତେବେଳେ ଗିରଫ କରାଯାଇଥିଲା, ସେତବେଳେ ସେ ବିକଳ ହେଇ ମୋବାଇଲଟିକୁ ଗିଳି ଦେଇଥିଲେ । ଏମିତି ସେ ତଥ୍ୟ ପ୍ରମାଣ ନଷ୍ଟ ପାଇଁ କରିଥିଲେ, ହେଲେ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ବିକଳରେ ଗିଳି ଦେଇଥିବା ମୋବାଇଲଟି ଆଗକୁ ଯାଇ ତାଙ୍କ ପାଇଁ ବିପଦ ସାବ୍ୟସ୍ତ ହେଲା ।

ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଲା, ଯେତେବେଳେ ଏନେଇ ଏକ୍ସରେ କରାଗଲା, ସେତବେଳେ ରିପୋର୍ଟ ଦେଖି ଚମକି ପଡିଲେ ଡାକ୍ତର । କାରଣ ତାଙ୍କ ପେଟରେ ଏକ ମୋବାଇଲ ଥିବା ଜଣାପଡିଲା । ଆଉ ସେ ମୋବାଇଲଟି ତିନିଖଣ୍ଡ ହେଇ ପେଟରେ ଥିଲା । ତେବେ ଡାକ୍ତରମାନେ ଚିନ୍ତାରେ ପଡିଗଲେ କି, ଯଦି ମୋବାଇଲର ବ୍ୟାଟେରିଟି ନଷ୍ଟ ହେଇଯାଇଥିବ, ତାହାଲେ ଏହା ବିପଦପୂର୍ଣ ହେଇପାରେ, କାରଣ ଏହି ବ୍ୟାଟେରିରେ ଥିବା ଏସିଡ ଯଦି ଶରୀରରେ ବ୍ୟାପିଯାଇଥିବ ତାହାଲେ ଏହା ବିପଦପୂର୍ଣ ହେଇପାରେ ।

ତେବେ ଏହାକୁ ନେଇ ଚିନ୍ତିତ ଥିଲେ ଡାକ୍ତରୀ ଟିମ । କିନ୍ତୁ ଅପରେସନ କରିବା ଜରୁରୀ ଥିଲା, କାରଣ ଏମିତି ନକଲେ ତାଙ୍କ ଅବସ୍ଥା ଆହୁରି ବିଗିଡିଯାଇଥାନ୍ତା । ତେଣୁ ବାଧ୍ୟ ହେଇ ଡାକ୍ତରମାନେ ରିସ୍କରେ ଅପରେସନ କଲେ । କିନ୍ତୁ ଭାଗ୍ୟଭଲ କି ମୋବାଇଲଟି ପେଟରେ ତିନିଖଣ୍ଡ ସିନା ହେଇଥିଲା, ହେଲେ ବ୍ୟାଟେରିଟି ନଷ୍ଟ ହେଇନଥିଲା, ଏସବୁକୁ ଅତି ସତର୍କତାର ସହ ଡାକ୍ତରୀ ଟିମ କାଢିଥିଲେ ।

ତେବେ କଏଦୀ ଜଣକ ଏଇ ଛୋଟ ଫୋନଟିକୁ ଗିଳି ଦେଇଥିବା କଥା କହିଥିଲେ, ଏମିତିକି ଚାରିଦିନ ହେଲା ସେ ଏହି ମୋବାଇଲଟିକୁ ଗିଳିଥିଲା । କିନ୍ତୁ ଅସହ୍ୟ ଯନ୍ତ୍ରଣା ଯେତେବେଳେ ହେଲା ସେତେବେଳେ ଅସ୍ତ୍ରୋପଚାର ପରେ ସତ ସାମ୍ନାକୁ ଆସିଥିଲା । ତେବେ ୩୩ ବର୍ଷୀୟ ଏହି କଏଦୀ ଜଣକର ନାକୁ ଗୋପନ ରଖି ଡାକ୍ତର ଜଣକ କହିଛନ୍ତି କି, କଏଦୀ ଜଣକ ଗିଳିଥିବା ଫୋନଟି ପୁରୁଣା ମଡେଲର ଛୋଟ ଫୋନ । ତେଣୁ ଏହି କଏଦୀଟି ତାକୁ ଗିଳିଦେଲା, ହେଲେ ମୋବାଇଲଟିକୁ କେମିତି ଗିଳି ପାରିଲା କଏଦୀ ସେନେଇ ଆଶ୍ଚର୍ଯ୍ୟ ହେଇଗଲେ ଡାକ୍ତର । ଦୁଇଘଣ୍ଟାର ଅପରେସନ ପରେ ସଫଳତାର ସହ ଏସବୁକୁ କଢାଗଲା । ତେବେ ଡାକ୍ତରୀ ଟିମର କହିବା କଥା କି କଏଦୀଙ୍କ ଭାଗ୍ୟ ଭଲ ତାଙ୍କର କିଛି ହେଇନଥିଲା, ହେଲେ ଏପରି କରିବା ଜୀବନ ପାଇଁ ଘାତକ ସାଜିପାରେ ।