ପ୍ରକୃତିକୁ ନଷ୍ଟ କରିବା ଏବଂ ପଶୁପକ୍ଷୀଙ୍କ ଜୀବନନାଶକ ପାଲଟିବାରେ ପ୍ଲାଷ୍ଟିକର ଅବଦାନ ଅତୁଳନୀୟ ରହିଛି । ଆଉ ପ୍ଲାଷ୍ଟିକର ଭୟାବହତାକୁ ଜାଣି ମଧ୍ୟ ମଣିଷ ଏହାକୁ ତ୍ୟାଗ କରିପାରୁନାହିଁ । ତେବେ ସୋସିଆଲ୍ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମ ଏନେଇ ସ୍ୱର ଉତ୍ତୋଳନ କରୁଥିବା ବେଳେ ଏବେ ଛାତି ଥରାଇଦେଲା ଭଳି ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଭିଡିିଓଟି ତାମିଲନାଡୁର ବୋଲି ଶୁଣିବାକୁ ମିଳୁଛି ।
ଏଠାରେ ପଶୁଡାକ୍ତର ଗୋଟିଏ ଗାଈର ଅପରେସନ୍ କରିଛନ୍ତି । ଅପରେସନ୍ ପରେ ଗାଈ ପେଟରୁ ଯାହା ବାହାରିଲା ତାହାକୁ ଦେଖି ଖୋଦ୍ ଡାକ୍ତର ମଧ୍ୟ ହତବାକ୍ ହୋଇଯାଇଛନ୍ତି । ଚେନ୍ନାଇର ତିରୁମୁଲ୍ଳାଇଲ୍ ଠାରେ ଜଣେ ଗାଈ ମାଲିକ ପଶୁ ଚିକିତ୍ସା ଏବଂ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ ଗାଈର ଚିକିତ୍ସା ପାଇଁ ଆସିଥିଲେ । ଗାଈର ପେଟରେ ଲଗାତାର ଯନ୍ତ୍ରଣା ହେବା ଏବଂ ନିଜ ପେଟକୁ ନିଜେ ଲାତ ମାରିବା ଘଟଣାକୁ ନେଇ ଗାଈମାଲିକ ହସ୍ପିଟାଲ୍ ଆଣିଥିଲେ । ଅପରେସନ୍ ପରେ ଗାଈ ପେଟରୁ ଏତେ ମାତ୍ରାରେ ପ୍ଲାଷ୍ଟିକ ବାହାରିଲା ଯେ ସମସ୍ତେ ଚକିତ ହୋଇ ରହିଯାଇଥିଲେ । ପ୍ଲାଷ୍ଟିକ୍ କାରଣରୁ ଗାଈର ଦୁଗ୍ଧ ଉତ୍ପାଦନ କ୍ଷମତା ମଧ୍ୟ କମି ଯାଇଥିଲା । ଏମିତିକି ମଳମୂତ୍ରରେ ମଧ୍ୟ ଗାଈଟିକୁ ଅନେକ କଷ୍ଟ ସହିବାକୁ ପଡିଥିଲା । ଡାକ୍ତରଖାନାରେ ଗାଈର ଅପରେସନ୍ ୧୧ ଟାରୁ ଆରମ୍ଭ କରି ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା । ଅପରେସନ୍ ସମୟରେ ଗାଈ ପେଟରୁ ୫୨ କିଲୋ ପ୍ଲାଷ୍ଟିକ ବାହାରିଥିଲା । ବର୍ତ୍ତମାନ ଗାଈର ସ୍ୱାସ୍ଥ୍ୟ ସମ୍ପୁର୍ଣ୍ଣ ରୁପେ ଠିକ୍ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/72774063_456219575238295_6074641343613763584_n.jpg)
/kanak/media/post_attachments/wp-content/uploads/2019/10/IpGB3Mzm-300x225.jpg)
/kanak/media/post_attachments/wp-content/uploads/2019/10/Capture-11-300x187.png)