କନକ ବ୍ୟୁରୋ : ଜାତୀୟ ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ଡାକ୍ତରଙ୍କୁ ସମ୍ବୋର୍ଦ୍ଧିତ କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି କି କରୋନା କାଳରେ ଡାକ୍ତରମାନେ ଯେଭଳି ଭାବେ ସେବା କରିଛନ୍ତି ସେଥିପାଇଁ ଦେଶର ୧୩୦ କୋଟି ଲୋକଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି । ଏହାସହ ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି କି ଯେତେବେଳେ ଦେଶ କରୋନା ବିରୋଧରେ ଏକ ବଡ ଲଢେଇ ଲଢୁଥିଲା ସେତେବେଳେ ଡାକ୍ତରମାନଙ୍କ ପାଇଁ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା ହୋଇ ପାରିଛି । ଲୋକଙ୍କ ସେବା କରୁ କରୁ ପ୍ରାଣ ହରାଇଥିବା ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି ।
Today, our doctors are making & implementing protocols for COVID19. Earlier, we all saw how medical infrastructure was ignored. Despite all problems, India’s condition was somewhere stable than other developed countries: PM Modi
— ANI (@ANI) July 1, 2021
କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଜାରି ରହିଥିବା କର୍ଯ୍ୟକ୍ରମ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ପୂର୍ବ ବର୍ଷ କରୋନାର ପ୍ରଥମ ଲହର ବେଳେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାକୁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚର୍ କରାଯାଇଛି । ଏହାସହ ଚଳିତ ବର୍ଷ ବି ୨ ଲକ୍ଷ ୨୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ କହିଛନ୍ତି ।
ଡାକ୍ତର ଦିବସରେ ବି ପ୍ରଧାନମନ୍ତ୍ରୀ ବିରୋଧୀଦଳ ମାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଦୀର୍ଘ ୭୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ଦଳ ଦେଶର ସ୍ୱାସ୍ଥ୍ୟସେବାକୁ କିଭଳି ଭାବେ ରଖିଥିଲା ତାହା ଦେଶବାସୀ ଜାଣିଛନ୍ତି । ପୂର୍ବ ସରକାର ସମୟରେ ସ୍ୱାସ୍ଥ୍ୟସେବାକୁ କେବେ ବି ଗୁରୁତ୍ୱ ଦିଆଯାଇ ନଥିଲା । ହେଲେ ତାଙ୍କ ସରକାର ମେଡିକାଲ ଭିତିଭୂମୀର ବିକାଶକୁ ପ୍ରାଥମିକତା ଦେଉଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି ।