ଆଜି ଜାତୀୟ ଡାକ୍ତର ଦିବସ : ପ୍ରଧାନମନ୍ତ୍ରୀ ମୋଦୀ କରିବେ ସମ୍ବୋଧନ;ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ହୋଇପାରେ ବିଶେଷ ଘୋଷଣା

107

କନକ ବ୍ୟୁରୋ : ଆଜି ଜାତୀୟ ଡ଼ାକ୍ତର ଦିବସ ଅବସରରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ସ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ । ଆଜି ଦିନ ୩ଟା ସମୟରେ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ ।

କୋଭିଡ଼ ଭଳି ବିଶ୍ୱ ମହାମାରୀ ସମୟରେ ଡାକ୍ତରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଅନେକ ମୁଲ୍ୟବାନ ଜୀବନ ରକ୍ଷା ହୋଇପାରୁଛି । ଏବଂ ଦେଶବାସୀଙ୍କୁ ଏଭଳି ବିପତିରୁ ରକ୍ଷା କରିବାକୁ ଯାଇ କରୋନାରେ ପ୍ରାଣ ହରାଇଛନ୍ତି ହଜାରରୁ ଅଧିକ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମି । ତେଣୁ ଡ଼ାକ୍ତର ଦିବସ ଅବସରରେ ଡ଼ାକ୍ତର ମାନଙ୍କର  ସେବାମନୋଭାବ ପାଇଁ ସାରା ଦେଶରୁ ଶୁଭେଚ୍ଛାର ବାର୍ତା ପହଂଚୁଛି । ତେଣୁ ଜାତୀୟ ଡାକ୍ତର ଦିବସ ଅବସରରେ ମୋଦୀ କିଛି ବିଶେଷ ଘୋଷଣା କରିବାର ସମ୍ଭାବନା ରହିଛି ।