କୋରୋନା ଭାଇରସ ଠିକ୍ କର ନହେଲେ ଜୀବନରୁ ମାରିଦେବୁ । ଚୀନରେ ଡାକ୍ତରଙ୍କୁ ରୋଗୀ ଦେଲେ ଧମକ ।

774

କନକ ବ୍ୟୁରୋ : ଭୟଙ୍କର ରୂପ ନେଉଛି କୋରୋନା ଭାଇରସ । ଚୀନରୁ ପୂରା ବିଶ୍ୱକୁ ବ୍ୟାପୁଥିବା ଏହି ଭାଇରସରେ ୧୧୯୪୩ ଜଣ ସଂକ୍ରମିତ ହୋଇସାରିଲେଣି । ଆଉ ଏମାନଙ୍କ ମଧ୍ୟରୁ ୧୧୭୯୧ ଜଣ ହେଉଛନ୍ତି ଚୀନର । ଏପରିକି ଏହି ଭୟଙ୍କର ଭାଇରସ ପ୍ରଭାବରେ ୨୫୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ତେବେ ଚୀନରେ ଏବେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଚିକିତ୍ସା କରୁଥିବା ଡାକ୍ତରଙ୍କର ସ୍ଥିତି ଅଧିକ ଖରାପ । କୋରୋନା ଭାଇରସ କାରଣରୁ ଅଧିକାଂଶ ଡାକ୍ତର ସପ୍ତାହ ସପ୍ତାହ ଧରି ଘରକୁ ଯାଇନଥିବା ବେଳେ କିଛି ଡାକ୍ତରଙ୍କୁ ମାଡ ମାରିବାକୁ ମଧ୍ୟ ପଛାଉ ନାହାନ୍ତି ।

ଏପରିକି କିଛି ରୋଗୀ ଡାକ୍ତରଙ୍କୁ ଧମକ ଦେଇ କହୁଛନ୍ତି, ଆମର ଶୀଘ୍ର ଚିକିତ୍ସା କରନ୍ତୁ । ଯଦି ଆମର କିଛି ହୁଏ ତେବେ ତାହା ପୂର୍ବରୁ ତୁମକୁ ମାରିଦେବୁ । ଏପରିକି ଥଣ୍ଡାରେ ଛିଡା ହୋଇଥିବା ଜଣେ ରୋଗୀ ତାଙ୍କୁ ଶୀଘ୍ର ଚିକିତ୍ସା ପାଇଁ ନ ଡାକିଲେ ଛୁରୀରେ ଆକ୍ରମଣ କରିବାକୁ ଧମକ ଦେଉଥିବା ଡାକ୍ତର କହିଛନ୍ତି । ଏପରିକି କିଛି ସ୍ଥାନରେ ଡାକ୍ତରଙ୍କୁ ମାଡ ମାରିବାକୁ ପଛାଉ ନାହାନ୍ତି ରୋଗୀଙ୍କ ସର୍ମ୍ପକୀୟ ।

ବୁହାନରେ ସ୍ଥିତି ଏମିତି ହୋଇଛି ଯେ, ଡାକ୍ତର ଓ ନର୍ସ ୨୪ ଘଣ୍ଟିଆ ସେବା କରୁଛନ୍ତି । ରୋଗୀଙ୍କ ସଂଖ୍ୟା ଏତେ ବଢି ଯାଇଛି ଯେ, ଏମାନଙ୍କ ଚିକିତ୍ସା ପାଇଁ ଡାକ୍ତର ଶୋଇବାକୁ ମଧ୍ୟ ସମୟ ପାଉ ନାହାନ୍ତି । ପ୍ରତିଦିନ ମାତ୍ର ୧-୨ ଘଣ୍ଟା ଶୋଇ ପୁଣିଥରେ ଡ୍ୟୁଟି କରୁଛନ୍ତି । ଗୋଟିଏ ପଟେ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ମେଡିକାଲ ସରଞ୍ଜାମ ଓ ଔଷଧ ମଧ୍ୟ ଶେଷ ହୋଇଚାଲିଛି । ଯାହାକୁ ନେଇ ରୋଗୀ ମାନେ ତୁମୁଳକାଣ୍ଡ କରୁଛନ୍ତି । ତେଣୁ ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ବେଜିଂରୁ ୬୦୦୦ ଡାକ୍ତରଙ୍କୁ ବୁହାନକୁ ପଠାଯାଇଛି । ଏହାଛଡା ସେନା, ନୌସେନା ଓ ଏୟାରଫୋର୍ସର ଡାକ୍ତର ମାନେ ମଧ୍ୟ ବୁହାନ ଅଞ୍ଚଳରେ ପହଞ୍ଚିଛନ୍ତି ।