ଚେନ୍ନାଇରେ ଜୀବନ ରକ୍ଷକ ଇଂଜେକସନର କଳବଜାରୀ କରି ଡାକ୍ତର ଗିରଫ । ଭଦୋଦରାରୁ ଧରାପଡିଲେ ୩ ମାଫିଆ ।

158

କନକ ବ୍ୟୁରୋ: ଚେନ୍ନାଇରୁ ରେମଡିସିଭିର ଇଞ୍ଜେକସନର କଳାବଜାରୀ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । ଜଣେ ଡାକ୍ତର ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ତାମିଲନାଡୁ ପୁଲିସ । ଚେନ୍ନାଇର ହିନ୍ଦୁ ମିଶନ ହସ୍ପିଟାଲ ଅଂଚଳରେ ରେମଡିସିଭର ଇଞ୍ଜେକସନ କଳବଜାରୀ ହେଉଥିବା ସୂଚନା ପାଇ ସିଭିଲ ସପ୍ଲାଏ ସିଆଇଡି ଚଢାଉ କରିଥିଲା । ଚଢାଉ କରି ରେମଡିସିଭର ଇଂଜେକ୍ସନ କଳବଜାରୀ କରୁଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଓ ୨ ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଗିରଫ ଡାକ୍ତରଙ୍କ ମହମ୍ମଦ ଇମ୍ରାନ ଖାନ ବୋଲି ଜଣାପଡିଛି ।

ସେମାନଙ୍କ ପାଖରୁ ୧୭ ଭାଏଲ ରେମଡିସିଭର ଜବତ କରାଯାଇଛି । ସେମାନେ ରେମଡିସିଭର ଡୋଜ ପିଛା ୨୦ ହଜାର ଟଙ୍କାରେ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଛି । କରୋନା ସଂକ୍ରମିତଙ୍କୁ ଚିକିତ୍ସାରେ ରେମଡିସିଭର ଇଂଜେକ୍ସନ ବ୍ୟବହାର ହେଉଥିବା ବେଳେ ଏହାର ଦାମ ପ୍ରତି ଇଂଜେକସନକୁ ୩ହଜାର ୪ଶହ ଟଙ୍କା ରହିଛି । ହେଲେ କଳାବଜାରୀ କରି କିଛି ଅସାଧୁ ବ୍ୟକ୍ତି ମୁନାଫା କମାଇବାକୁ ଚେଷ୍ଟା କରୁଛନ୍ତି ।