କନକ ବ୍ୟୁରୋ : ନବରାତ୍ରୀରେ ମୁମ୍ୱାଇରୁ ଆସିଛି ଏପରି ଏକ ଚିତ୍ର ଯାହା ଦେଖିଲେ ଆପଣ ବି ଖୁସି ହୋଇଯିବେ । ବର୍ତ୍ତମାନ କରୋନା କାଳରେ ଆସିଛି ନବରାତ୍ରୀ । ଆଉ ଡାକ୍ତରଖାନାରେ ଦେଖିବାକୁ ମିଳିଛି ନବରାତ୍ରୀର ଧୁମ୍ । ଡାକ୍ତରଖାନା ଭିତରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନାଚିଲେ ଗରବା ନାଚ ।
ମହାରାଷ୍ଟ୍ରର ଗୁରୁଗାଓଁରେ ଥିବା ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏପରି ଚିତ୍ର । ବର୍ତମାନ ନବରାତ୍ରୀ ସମୟରେ ଡାକ୍ତରଖାନାରେ କରୋନା ରୋଗୀଙ୍କ ମନରେ ଖୁସି ଆଣିବାକୁ ଏପରି ନୃତ୍ୟ ପ୍ରଦର୍ଶନ କରିଛନ୍ତି ଡାକ୍ତରମାନେ । ଦେହରେ ଅଛି ପିପିଇ କିଟ୍ । ସମସ୍ତେ ନାଚୁଛନ୍ତି ଗରବା ନାଚ ।
ଗରବା ନାଚ ପାଇଁ ଦେହରେ ପାରମ୍ପରିକ ପୋଷାକ ନଥିଲେ ମଧ୍ୟ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଏପରି ନବରାତ୍ରୀର ଧୁମ୍ । ସୋସିଆଲ୍ ମିଡିଆରେ ଏବେ ଏହି ଭିଡିଓ ବେଶ୍ ଭାଇରାଲ୍ ହେଉଛି । ଗୁରଗାଓଁର ନେସ୍କୋ କୋଭିଡ୍ ୧୯ ସେଂଟରରେ ଦେଖିବାକୁ ମିଳିଛି ଏପରି ଚିତ୍ର ।