ସ୍କୁଲ ଖୋଲିବାକୁ ଦାବି କରି ଚିଠି ଲେଖିଲେ ୫୫ ଡାକ୍ତର, ବିଶେଷଜ୍ଞ ଓ ଗବେଷକ : ପ୍ରାଥମିକ ସ୍କୁଲ ଖୋଲିବାକୁ ଦେଲେ ଗୁରୁତ୍ୱ

1,776

କନକ ବ୍ୟୁରୋ : ବର୍ତ୍ତମାନ ସ୍କୁଲ ଗୁଡିକୁ ଖୋଲିବା କାହିଁକି ଆବଶ୍ୟକ ? ଏନେଇ ୫୫ ଜଣ ଡାକ୍ତର ଓ ଶିକ୍ଷାବିତ୍ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚିଠି ଲେଖି ଜଣାଇଛନ୍ତି । ଏଥିରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍କୁଲ ବନ୍ଦ ଯୋଗୁ କ’ଣ କ୍ଷତି ହେଉଛି ସେନେଇ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ଚିଠିରେ ଲେଖାଯାଇଛି ଯେ,

– ସ୍କୁଲ ଖୋଲିବା ପୂର୍ବରୁ ପିଲାମାନେ ଟିକା ନେବା ଜରୁରୀ ନୁହେଁ
– ଆମେରିକାର ତଥ୍ୟ ଅନୁସାରେ କରୋନା ଯୋଗୁ ୨୫ ବର୍ଷରୁ କମ୍ ବୟସ୍କଙ୍କ ମୃତ୍ୟୁ ଆଶଙ୍କା ଦଶ ଭାଗରୁ ଭାଗେ
– ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଛୋଟ ପିଲାଙ୍କ ସମେତ ପ୍ରାୟ ଦୁଇ ତୃତୀୟାଂଶରୁ ଅଧିକ ଲୋକ ଭୂତାଣୁ ପ୍ରଭାବରେ ଆସିଛନ୍ତି
– ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସ୍କୁଲ ଗୁଡିକ ସୁପରସ୍ରେଡର ନୁହନ୍ତି
– ଜୀବନ ଆଗ ଶିକ୍ଷା ପଛ ଆଳ କରି ସ୍କୁଲ ବନ୍ଦ କରାଯାଇଥିଲା
– ବର୍ତ୍ତମାନ ଜଣାପଡ଼ିଛି ଯେ, ପିଲାମାନଙ୍କୁ ରୋଗ ସଂକ୍ରମଣ ହେବାର ଆଶଂକା ବହୁତ କମ୍
– ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଶତ ପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କୁ ଟିକା କରଣ କରିବା ବାଧ୍ୟତାମୂୂଳକ ନୁହଁ
– ପିଲାମାନେ ସ୍କୁଲକୁ ଯିବା ଇଚ୍ଛାଧୀନ ହେବା ଆବଶ୍ୟକ
– କରୋନାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ କରିବା ସହ ସ୍କୁଲ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯାଉ
– ୟୁନିସେଫ୍ ଓ ଅନ୍ୟ ସଂସ୍ଥାଙ୍କ କହିବା ଅନୁସାରେ ମହାମାରୀ ସମୟରେ ସ୍କୁଲ ଶେଷରେ ବନ୍ଦ ହେବା ଉଚିତ୍ ଓ ଆଗ ଖୋଲିବା ଉଚିତ୍