ଦିନେ ଗୁରୁ-ଶିକ୍ଷ୍ୟ ଥିଲେ, ଆଜି ନିର୍ବାଚନୀ ମୈଦାନରେ ପରସ୍ପର ପ୍ରତିଦ୍ୱନ୍ଦୀ ! ସମ୍ବଲପୁରରେ ଡାକ୍ତର ବନାମ ଡାକ୍ତର ଲଢେଇ ।

345

କନକ ବ୍ୟୁରୋ : ଦିନେ ଗୁରୁ-ଶିକ୍ଷ୍ୟ ଥିଲେ, ଆଜି ନିର୍ବାଚନୀ ମୈଦାନରେ ପରସ୍ପର ପ୍ରତିଦ୍ୱନ୍ଦୀ । ଜଣେ ଆଉ ଜଣଙ୍କ ବିରୋଧରେ ଲଢ଼ୁଛନ୍ତି ନିର୍ବାଚନ । ଦିନେ ଯାହାଙ୍କଠାରୁ ଶିକ୍ଷା ପାଇ ଡାକ୍ତରୀ ପେଶାକୁ ଆପଣାଇ ନେଇଥିଲେ, ଆଜି ତାଙ୍କ ବିରୋଧରେ କରୁଛନ୍ତି ମୁକାବିଲା । ଆମେ କହୁଛୁ ସମ୍ବଲପୁର ନିର୍ବାଚନ ମଣ୍ଡଳୀର ଦୁଇ ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଅଶ୍ୱିନୀ ପୂଜହାରୀଙ୍କ କଥା । ଜଣେ ବିଜେଡି ପ୍ରାର୍ଥୀ ଆଉ ଜଣେ କଂଗ୍ରେସ ପ୍ରାର୍ଥୀ । ମୁକାବିଲା ଜୋରଦାର ।

ସମ୍ବଲପୁରରେ ଡାକ୍ତର ବନାମ ଡାକ୍ତର । ନିର୍ବାଚନୀ ମୈଦାନରେ ଗୁରୁ-ଶିଷ୍ୟ । ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଏବେ ଏହି ଦୁଇ ଚେହେରାଙ୍କୁ ନେଇ ଖୁବ୍ ଚର୍ଚ୍ଚା । ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଡାକ୍ତର ଅଶ୍ୱିନୀ ପୂଜାରୀ ପରସ୍ପରର ପ୍ରତିଦ୍ୱନ୍ଦୀ  । ରାଜନୈତିକ ପ୍ରତିଦ୍ୱନ୍ଦିତାକୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକ ଚର୍ଚ୍ଚା ଉଭୟଙ୍କ ଡାକ୍ତରୀ ପେଶାକୁ ନେଇ । ଦିନେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଛାତ୍ର ଥିଲେ ବର୍ତମାନର କଂଗ୍ରେସ ପ୍ରାର୍ଥୀ ଅଶ୍ୱିନୀ ପୂଜାହାରୀ । ଆଉ ଆଜି ଗୁରୁଙ୍କ ବିରୋଧରେ ନିର୍ବାଚନୀ ମୈଦାନର ପ୍ରତିଦ୍ୱନ୍ଦୀ ।

ଗୁରୁଙ୍କୁ ଟକ୍କର ଦେବେ ଛାତ୍ର । ଛାତ୍ରଙ୍କ ସହ ଲଢ଼ିବେ ଗୁରୁ । ୧୯୭୫ ମସିହାରେ ଅଶ୍ୱିନୀ ପୂଜାହାରୀ ବୁର୍ଲା ମେଡ଼ିକାଲ କଲେଜରେ ଏମବିବିଏସ୍ କରୁଥିବା ସମୟରେ, ଗାଏନୋକୋଲୋଜି ବିଭାଗର ପ୍ରେଫେସର୍ ଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ରାସେଶ୍ୱରୀଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ, ଅଶ୍ୱିନୀ ପୂଜାହାରୀ । ଅଶ୍ୱିନୀ ପୂଜାହାରୀଙ୍କ କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲେ ବି, ଭିଏମସାର୍ ନିର୍ଦ୍ଦେଶକ ଥିବା ସମୟରେ ଅନେକ ପଦକ୍ଷେପ ନେଇ ସମଗ୍ର ସମ୍ବଲପୁର ଅଂଚଳରେ ଲୋକପ୍ରିୟ ହୋଇପାରିଥିଲେ । ଅପରପକ୍ଷରେ ବିଧାୟକ ଥିବା ରାସେଶ୍ୱରୀ, ସମ୍ବଲପୁର ଅଂଚଳର ବିକାଶ ପାଇଁ ନେଇଛନ୍ତି ଅନେକ ବିକାଶ ମୁଳକ ପଦକ୍ଷେପ । ଏବେ ଦେଖିବାର କଥା ଗୁରୁ-ଶିକ୍ଷ୍ୟର ଏହି ଲଢ଼େଇରେ କିଏ ମାରୁଛି ବାଜି ? କାହା ସପକ୍ଷରେ ଆସୁଛି ଜନମତ ?