ସନ୍ତାନ ପାଇବା ଆଶାରେ ଡାକ୍ତରଖାନାକୁ ଗଲେ ମହିଳା ! ମହିଳାଙ୍କୁ ଧୋକା ଦେଇ ୮୯ ବର୍ଷୀୟ ଡାକ୍ତର ହେଲେ ୪୯ ପିଲାଙ୍କ ବାପା ।

1,100

ସନ୍ତାନଟିଏ ପାଇବା ପାଇଁ ବାପା ମା’ କେତେ ଦିଅଁ ଦେବତାକୁ ପୁଜନ୍ତି । ସମାଜର ଟାହିଟାପରାରୁ ବଚିଂବା ପାଇଁ ଡାକ୍ତର ଠାରୁ ଆରମ୍ଭ କରି ଠାକୁର ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଯାଆନ୍ତି । କିନ୍ତୁ ଏହି ସମୟରେ ସେମାନେ ବେଳେବେଳେ ଠକାମୀର ଶିକାର ମଧ୍ୟ ହୋଇଯାଆନ୍ତି । ଏଭଳି ଏକ ଖବର ଏବେ ନ୍ୟାଦରଲ୍ୟାଣ୍ଡରୁ ଆସିଛି । ସନ୍ତାନ ପାଇଁ ଆଇଭିଏଫ୍ କ୍ଲିନିକ୍ ପ୍ରସିଦ୍ଧ ଥିବାରୁ ଏଠାକୁ ଅନେକ ସଂଖ୍ୟକ ରୋଗୀ ଆସିଥାନ୍ତି । କିନ୍ତୁ ମହିଳାଙ୍କୁ ଧୋକା ଦେଇ ଏଠାକାର ଡାକ୍ତର ୪୯ ଜଣ ପିଲାଙ୍କ ବାପା ହୋଇଛନ୍ତି । ଏଠାକାର ଡାକ୍ତର ଆଇଭିଏଫ୍ ପ୍ରସିଦ୍ଧ କ୍ଲିନିକ୍ ଚଲାନ୍ତି ।

ଡିଏନଏ ଟେଷ୍ଟରୁ ଜଣାପଡିଛି ଯେ ଜନ୍ କାରବତା ନାମରେ ଡାକ୍ତର କମ୍ ସେ କମ୍ ୪୯ ମହିଳାଙ୍କୁ ମା’ କରିବା ପାଇଁ ନିଜ ସ୍ପର୍ମର ବ୍ୟବହାର କରିଥିଲେ । ତେବେ ଏହି ସଂଖ୍ୟା ବଢିବାର ମଧ୍ୟ ଆଶଙ୍କା ରହିଛି । ୨୦୧୮ ରେ ଜନ୍ କାରବତାଙ୍କ ମୃତ୍ୟୁ ହୋଇଗଲା । କୋର୍ଟ ତରଫରୁ କୁହାଗଲା ଯେ ବାପାମା’କୁ ଡାକ୍ତରଙ୍କ ଡିଏନଏ ଟେଷ୍ଟ୍ ର ରେଜଲ୍ଟ ଦେଖାଯିବ । ଡାକ୍ତର ସ୍ପର୍ମ ଡୋନର୍ ସ୍ଥାନରେ ଧୋକାବାଜିରେ ନିଜ ସ୍ପର୍ମକୁ ବ୍ୟବହାର କରିଥିଲେ । ତେବେ ଜାଞ୍ଚ୍ ରେ ୪୯ ଜଣ ପିଲାଙ୍କ ଡିଏନଏ ମ୍ୟାଚ୍ କରିଥିଲା । ତେବେ ଏହି ଡାକ୍ତରଙ୍କ କ୍ଲିନିକ୍ ଏବେ ବନ୍ଦ ହୋଇଯାଇଛି । ୮୯ ବର୍ଷୀୟ ବୟସରେ ମୃତ୍ୟୁ ହୋଇଥିବା ଏହି ଡାକ୍ତର ସ୍ୱୀକାର କରିଥିଲେ ଯେ ସେ ୬୦ ଜଣ ଶିଶୁଙ୍କର ପିତା ହୋଇସାରିଛନ୍ତି ।