ଏମ୍ସ ପରୀକ୍ଷାରେ ଫେଲ୍ ହେଲେ ଏହି ବ୍ୟକ୍ତି ! ଇନଷ୍ଟିଚ୍ୟୁଟ୍ ବିରୋଧରେ କଲେ ଅଭିଯୋଗ, ପାଇଲେ ୭୭ ହଜାର ଟଙ୍କା ।

166

ପ୍ରତିବର୍ଷ ଏମ୍ସରେ ଆଡମିସନ୍ ନେବା ପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି । ଏବଂ ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପ୍ରବେଶିକା ପରୀକ୍ଷାର ପ୍ରଶ୍ନ ଅତ୍ୟନ୍ତ କଠିନ ହୋଇଥାଏ । ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ବହୁ ପୂର୍ବରୁ ଏହାର ପ୍ରସ୍ତୁତି କରିଥାନ୍ତି ଏବଂ କୋଚିଂ ସେଣ୍ଟରର ମଧ୍ୟ ସାହାରା ନେଇଥାନ୍ତି । କିନ୍ତୁ ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏମ୍ସ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରାଉଥିବା ଏକ କୋଚିଂ ସେଣ୍ଟର ଉପରେ ଜଣେ ୨୮ ବର୍ଷୀୟ ଡାକ୍ଟର ଶଙ୍କର ରାଓ କେସ୍ ଫାଇଲ୍ କରିଛନ୍ତି ।

ଡାକ୍ଟରଙ୍କ କହିବା କଥା, ଏହି କୋଚିଂ ସେଣ୍ଟର ଉଚିତ୍ ଭାବେ କୋଚିଂ ଦେଉନାହିଁ । ଏହା ସହ ଛାତ୍ରଛାତ୍ରୀଙ୍କୁ ଉଚିତ୍ ପ୍ରସ୍ତୁତି ଦେବା ପାଇଁ ଏଠାରେ ଆବଶ୍ୟକୀୟ ଫ୍ୟାକଲ୍ଟି ନାହାନ୍ତି । ଆଉ କୋଚିଂ ସେଣ୍ଟରରେ ଏଭଳି ଅଭାବ ପାଇଁ ତାଙ୍କର ପରୀକ୍ଷାରେ ଖରାପ ପ୍ରଦର୍ଶନ ହୋଇଛି । ଯେଉଁଥିପାଇଁ ସେ ଫେଲ୍ ହୋଇଯାଇଛନ୍ତି ।

ଜିଲ୍ଲାର କନଜ୍ୟୁମର ଫୋରମ୍ ଶଙ୍କରଙ୍କୁ ୪୫,୦୦୦ ଟଙ୍କା ଫେରସ୍ତ କଲେ, ଯାହାକି ସେ କୋଚିଂ ନେବା ପାଇଁ ଖର୍ଚ୍ଚ କରିଥିଲେ । ଏହା ସହ କ୍ଷତି ହୋଇଥିବା ନେଇ ମଧ୍ୟ ତାଙ୍କୁ ଅଧିକ ୩୨,୦୦୦ ଟଙ୍କା ଦିଆଯାଇଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଚିକ୍କଡପଲ୍ଲୀ ଠାରେ ଭାଟିଆ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଶଙ୍କର ରାଓଙ୍କୁ ଆଶ୍ୱାସନା ଦିଆଯାଇଥିଲା ଯେ, ତାଙ୍କୁ ଡାକ୍ତର ଦେବେଶ ମିଶ୍ର ହିଁ ପଢାଇବେ ।

କିନ୍ତୁ କୋଚିଂ ସେଣ୍ଟରରେ ଯୋଗ ଦେବା ପରେ ସେ ନିରାଶ ହୋଇଥିଲେ । କାହିଁକି ନା ଡାକ୍ତର ଦେବେଶ ମିଶ୍ର ଜଣେ ପାଥୋଲୋଜିଷ୍ଟ ଅଟନ୍ତି । କିନ୍ତୁ ସେ ପୁରା କୋଚିଂ ସମୟରେ ଥରେ ହେଲେ ବି ପାଠ ପଢାଇନାହାନ୍ତି । ଏହା ସହ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପ୍ରବେଶିକା ପରୀକ୍ଷାରେ ଆସୁଥିବା ପ୍ରଶ୍ନର ସମସ୍ତ ବିଷୟ କୋଚିଂ ସେଣ୍ଟର ସିଲାବସରେ ସାମିଲ କରାଯାଇନାହିଁ । ଯେଉଁଥିପାଇଁ ସେ ପୁରା ବିଷୟ ପଢିବାରେ ଅସଫଳ ହେଲେ ଆଉ ପ୍ରବେଶିକା ପରୀକ୍ଷାରେ ଫେଲ୍ ହେଲେ ।