କନକ ବ୍ୟୁରୋ : ଯୋଡା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭ୍ରଶ୍ରୀ କରଙ୍କ ପୁରୁଷ ବନ୍ଧୁଙ୍କ ଫଟୋ ସାମ୍ନାକୁ ଆସିଛି । ଶୁଭଶ୍ରୀଙ୍କ ମୃତ୍ୟ ପରେ ଏବେ ତାଙ୍କର ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝି ସନ୍ଦେହ ଘେରକୁ ଆସି ଯାଇଛନ୍ତି । ଦିବ୍ୟରଞ୍ଜନ ମଧ୍ୟ ଯୋଡା ଅଞ୍ଚଳରେ ଡାକ୍ତର ଥିଲେ ।

Advertisment

ଚିହ୍ନା ଜଣାରୁ ଦୁଇ ଜଣଙ୍କ ମଧ୍ୟରେ ପରିଚୟରୁ ବନ୍ଧୁତା ଓ ଏହା ପ୍ରେମ ଆଡକୁ ଗତି କରିଥିଲା । କିଛି ଦିନ ତଳେ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝିଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ଶୁଭଶ୍ରୀ । ବିବାହର ପ୍ରତିଶ୍ରୁତି ଦେଇ ପୁରୁଷ ବନ୍ଧୁ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ।