ମିଳୁନି ସ୍ୱାସ୍ଥ୍ୟସେବା, ଫେରୁଛନ୍ତି ରୋଗୀ । ରାୟଗଡା କେ.ମାଲିଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର କି କର୍ମଚାରୀ , ସ୍ୱାସ୍ଥ୍ୟ କର୍ମୀ କରୁଛନ୍ତି ପରୀକ୍ଷା ନିରୀକ୍ଷା

59

କନକ ବ୍ୟୁରୋ : ଗାଁର ଗରିବ ମାନଙ୍କୁ ମିଳିବ ବିନ ମୂଲ୍ୟରେ ସେବା । ଏନେଇ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ କେ ମାଲିଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପିତ କରାଯାଇଥିଲା । ଯାହାଉପରେ ପ୍ରାୟ ୭ଟି ପଂଚାୟତର ଲୋକେ ନିର୍ଭର କରୁଛନ୍ତି । ହେଲେ ମେଡିକାଲରେ ଡାକ୍ତର ନଥିବା ବେଳେ ଦୂରଦୂରାନ୍ତରୁ ରୋଗୀ ଆସି ଫେରିଯାଉଛନ୍ତି । କେବଳ ସେତିକି ନୁହେଁ ଡାକ୍ତର ନଥିବାରୁ ଗୁରୁତର ରୋଗୀ ମାନେ ବାଧ୍ୟ ହୋଇ ଦୀର୍ଘ ୪ କିମି ଚିକିତ୍ସା ପାଇଁ ଯାଉଛନ୍ତି । ମେଡିକାଲରେ କେବଳ ଜ୍ୱର, କାଶ, ଥଣ୍ଡା, ସୁଗର ପରିକ୍ଷା କରି ଔଷଧ ଦିଆଯାଉଛି । ତା ସହିତ ଗୁରୁତର ରୋଗୀ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଉଛି ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ମାସ ଧରି ଡାକ୍ତର ନଥିବାରୁ ଏଠାରେ ସ୍ୱାସ୍ଥ୍ୟକର୍ମୀ ଡାକ୍ତରଙ୍କ କାର୍ଯ୍ୟ ତୁଲାଉଛନ୍ତି । ଫାର୍ମାସିଷ୍ଟ ରୁମରେ ବସି ଆସୁଥିବା ରୋଗୀଙ୍କର ଚିକିତ୍ସା କରୁଛନ୍ତି । ଶିଶୁ ରୋଗୀ, ଗର୍ଭବତୀ ମହିଳାଙ୍କ ସହ ଅନ୍ୟ ରୋଗରେ ପିଡିତ ରୋଗିଙ୍କର ଚିକିତ୍ସା କରି ଔଷଧ ଦେଉଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ରୋଗିର ବିପି ଚେକ କରୁଛନ୍ତି । ଡାକ୍ତର ନଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଅନ୍ୟ ଉପାୟ ନପାଇ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି ।

ଗରିବ ନିରିହ ଆଦିବାସି ଯେପରି ବିନା ମୂଲ୍ୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉନଥିବା ବେଳେ ରୋଗୀ ମାନେ ବହୁ ଅସୁବିଧା ଭୋଗୁଛନ୍ତି ।