କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଭୀମସାର ଡାକ୍ତର ଶଙ୍କର ରାମଚନ୍ଦାନୀ । ପ୍ରଥମେ ଟଙ୍କିକିଆ କ୍ଲିନିକ, ପରେ ଟଙ୍କିକିଆ ମେଡ଼ିସିନ ଆଉ ଏବେ ଆରମ୍ଭ କରିଛନ୍ତି ଟଙ୍କିକିଆ ରାତ୍ରୀ ଆଶ୍ରୟସ୍ଥଳୀ । ଯାହା ଅସହାୟ ରୋଗୀଙ୍କ ପାଇଁ ସହାୟ ହେବ । ଦୂରଦୂରାନ୍ତରରୁ ଆସୁଥିବା ରୋଗୀ ଏହି ସେବାର ଲାଭ ନେଇପାରିବେ । ସୂଚନା ଅନୁସାରେ ଜଣେ ରୋଗୀ ଚିକିତ୍ସା ପାଇଁ ଛତିଶଗଡ଼ରୁ ଭିମସାର ଆସିଥିଲେ । ସେ ଘରକୁ ଫେରିନପାରି ମେଡ଼ିକାଲ ବାରଣ୍ଡାରେ ରାତ୍ରୀଯାପନ କରିଥିଲେ । ଫଳରେ ରାମଚନ୍ଦାନୀ ତାଙ୍କୁ ଟଙ୍କିକିଆ କ୍ଲିନିକ ଗୃହରେ ରାତିରେ ରହିବାର ବ୍ୟବସ୍ଥା କରିଥିଲେ । ଏହି ବ୍ୟବସ୍ଥା ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଡାକ୍ତର ରାମଚନ୍ଦାନୀ । ତେବେ ଡାକ୍ତର ରାମଚନ୍ଦାନୀଙ୍କ ଏହି ମହାନତା ଓ ମାନବିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment