କନକ ନ୍ୟୁଜମେକର-୨୦୨୧: କୋଭିଡର ତୃତୀୟ ଲହରକୁ ନେଇ ଏମିତି କହିଲେ ବରିଷ୍ଠ ଡାକ୍ତର…

134

କନକ ବ୍ୟୁରୋ: ଦେଶରେ ଓମିକ୍ରନ୍ ତୃତୀୟ ଲହର ଆଣିବ କି ନାହିଁ? ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ନ୍ୟୁଜ୍ ମେକର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା ଉପରେ ମତ ରଖିଛନ୍ତି ଦୁଇ ଜଣ ବରିଷ୍ଠ ଡାକ୍ତର । ଡାକ୍ତର ଦିଗାମ୍ବର ବେହେରା କହିଛନ୍ତି, ତୃତୀୟ ଲହର ଆସିବା ସମ୍ଭାବନା ଅଧିକ । ତିନିଟି କାରଣ ପାଇଁ ଓମିକ୍ରନ୍ ତୃତୀୟ ଲହର ଆଣିବା ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି । ପ୍ରଥମତଃ ଓମିକ୍ରନ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦ୍ୱିତୀୟରେ ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବ । ତୃତୀୟରେ ଟିକାର ରୋଗ ପ୍ରତିଷେଧକ ଶକ୍ତି କମ୍ ରହିବ । ଏହାସହ ଡାକ୍ତର ଦିଗାମ୍ବର ବେହେରା କହିଛନ୍ତି, ବର୍ତ୍ତମାନ ବୁଷ୍ଟର ଡୋଜ୍ ନେବାର ସଠିକ୍ ସମୟ । ସେହିପରି ଆଲୋଚନାରେ ଭାଗ ନେଇଥିବା ଡାକ୍ତର ଦିଲ୍ଲୀପ ମିଶ୍ର କହିଛନ୍ତି, ତୃତୀୟ ଲହର ଆସିବା ଏକ ପ୍ରକାର ନିଶ୍ଚିତ । ତେଣୁ ସମସ୍ତ କୋଭିଡ୍ କଟକଣା ମାନିବା ଆବଶ୍ୟକ । ଭିଡ ହେଲେ ରୋଗ ବଢିବ । ତେଣୁ ଏପରି ସମୟରେ ଗହଳି ନକରିବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ଦିଲ୍ଲୀପ ମିଶ୍ର ।