ଖାସ ରୋଗୀଙ୍କୁ ବଞ୍ଚାଇବା ପାଇଁ ...! ଗରିବ ମହିଳାଙ୍କୁ ନିଜ ଦେହରୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଯୁବ ଡାକ୍ତର

Advertisment
ଖାସ ରୋଗୀଙ୍କୁ ବଞ୍ଚାଇବା ପାଇଁ ...! ଗରିବ ମହିଳାଙ୍କୁ ନିଜ ଦେହରୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଯୁବ ଡାକ୍ତର

କନକ ବ୍ୟୁରୋ : ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ । କାରଣ ମଣିଷକୁ ନୂଆ ଜୀବନ ଦେଇଥାନ୍ତି ଡାକ୍ତର । କିନ୍ତୁ ଏବେ ଡାକ୍ତରଙ୍କୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଛି । ସେବା ବଦଳରେ ଡାକ୍ତର ମାନେ ଅର୍ଥଲୋଭୀ ହୋଇଯାଇଛନ୍ତି ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଛି । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜୟପୁରର ଯୁବ ଡାକ୍ତର । ଜୟପୁରରେ ଦେଖିବାକୁ ମିଳିଛି ଯୁବ ଡାକ୍ତରଙ୍କ ମଣିଷ ପଣିଆ । ଗୁରୁତର ଅବସ୍ଥାରେ ପଡିଥିବା ମହିଳାଙ୍କୁ ନିଜର ରକ୍ତ ଦେଇ ଜୀବନ ବଂଚାଇଛନ୍ତି ଡାକ୍ତର ଭୂପତି ଭୂଷଣ ଜେନା । ଯାହାକୁ ନେଇ ଏବେ ପୂରା ସହରରେ ଚର୍ଚ୍ଚା ।

publive-imageବୈପାରୀଗୁଡା ଅଂଚଳରେ ଜଣେ ମହିଳା ରୋଗାକ୍ରାନ୍ତ ହୋଇ ଜୟପୁର ଉପଖଣ୍ଡ ଡାକ୍ତରଖାନାକୁ ଆସିଥିଲେ । ଅଭାବ ଅନଟନରେ ଚଳୁଥିବା ପରିବାର ନିଜ ଶସ୍ୟକୁ ବିକ୍ରୀ କରି ଜୟପୁର ଆସିଥିଲେ । ଚିକିତ୍ସା ଓ ରକ୍ତ କିଣିବା ପାଇଁ ପଇସା ନଥିଲା । ଏ ନେଇ ସେମାନେ ମେଡିସିନ ବିଭାଗର ଡାକ୍ତର ଭୂପତି ଭୂଷଣ ଜେନାଙ୍କୁ ଜଣାଇଥିଲେ । ଏହା ଜାଣିବା ପରେ ନିଜେ ରକ୍ତ ଦେବାକୁ ଆଗେଇ ଆସିଥିଲେ ଡାକ୍ତର । ଆଉ ବଞ୍ଚାଇଥିଲେ ଜଣେ ଅଭାବୀ ପରିବାରର ମହିଳାଙ୍କ ଜୀବନ ।

publive-imageଆଉ ଡାକ୍ତର ଜଣକ ରକ୍ତ ଦେବା ସହ ମହିଳାଙ୍କ ପାଇଁ ପାଲଟିଯାଇଛନ୍ତି ଭଗବାନ । ତେବେ ଏନେଇ ଯୁବ ଡାକ୍ତର ଭୁପତି ଭୂଷଣ ଜେନା କହିଛନ୍ତି, ଉକ୍ତ ମହିଳାଙ୍କ ରକ୍ତହୀନତା ଥିଲା କିନ୍ତୁ ତାଙ୍କ ପାଖରେ ପଇସା ନଥିଲା । ତାଙ୍କର ଅଭାବୀ କାହାଣୀ ଶୁଣିବା ପରେ ମୁଁ ରକ୍ତ ଦେଇଥିଲି । ଯାହା ଫଳରେ ତାଙ୍କର ଜୀବନ ବଞ୍ଚି ପାରିଛି । ପ୍ରତ୍ୟେକ ଡାକ୍ତର ଏଭଳି କର୍ତ୍ତବ୍ୟ କରିବା ଦରକାର ଯାହାଫଳରେ ଲୋକଙ୍କ ମନରୁ ଡାକ୍ତରଙ୍କ ପ୍ରତି ଥିବା ଭିନ୍ନ ଭାବନା ଦୂର ହୋଇ ପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe