ଡାକ୍ତରଙ୍କ ଅଜବ ଚିକିତ୍ସା ! ମନ୍ଦିର ଯିବାକୁ ପରାମର୍ଶ ଦିଅନ୍ତି, ହନୁମାନ ଚାଳିଶା ପାଠ କରିବାକୁ ପ୍ରେସକ୍ରିପସନରେ ଲେଖନ୍ତି ।

119

ଡାକ୍ତରମାନଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଇଥାଏ । ଡାକ୍ତରମାନେ ରୋଗୀମାନଙ୍କୁ ଭଲଭାବରେ ପରୀକ୍ଷା କରିଥାନ୍ତି । ଏବଂ ପରେ ସେମାନେ କେଉଁ ମେଡିସିନ ଖାଇବେ କିମ୍ବା କେଉଁ ଇଞ୍ଜେକସନ୍ ନେବେ ସେଥିପାଇଁ ପରାମର୍ଶ ଦେଇଥାନ୍ତି ବା ପ୍ରେସକ୍ରିପସନରେ ଉଲ୍ଲେଖ କରିଥାନ୍ତି । କିନ୍ତୁ ଏଥିସହିତ ନିକଟରେ ଜଣେ ଡାକ୍ତର ରୋଗୀଙ୍କୁ ହନୁମାନ ଚାଳିଶା ପଢ଼ିବା ପାଇଁ ବି ସ୍ଲିପରେ ଲେଖିଥିବା ଘଟଣା ସାମ୍ନାକୁ ଆସିଛି । ଭରତପୁର ସହରରେ ଦିନେଶ ବର୍ମା ନାମକ ଜଣେ ଡାକ୍ତର ଗତ ୨୦ବର୍ଷ ହେବ କ୍ଲିନିକ୍ ଚଳାଉଛନ୍ତି । ସେ ସବୁବେଳେ ତାଙ୍କ ପାଖକୁ ଆସୁଥିବା ରୋଗୀଙ୍କୁ ସକାଳେ, ସନ୍ଧ୍ୟାରେ ହନୁମାନ ଚାଳିଶା ପଢ଼ିବାକୁ କହି ସ୍ଲିପରେ ବି ଲେଖି ଥାଆନ୍ତି । ଦିନେଶ ବର୍ମାଙ୍କ ପାଖକୁ ଯେଉଁ ବି ରୋଗୀ ଆସନ୍ତି ସେ ପ୍ରଥମେ ତାଙ୍କୁ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି କି ନାହିଁ ତାହା ପଚାରି ଥାଆନ୍ତି । ଯଦି ରୋଗୀ ଭଗବାନଙ୍କୁ ବିଶ୍ୱାସ କରନ୍ତି ବୋଲି କହି ଥାଆନ୍ତି । ତେବେ ଡାକ୍ତର ତାଙ୍କୁ ସକାଳେ, ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବାକୁ କହି ଥାଆନ୍ତି । ଯେଉଁ ରୋଗୀ ଭଗବାନଙ୍କୁ ନମାନନ୍ତି ଡାକ୍ତର ତାଙ୍କୁ ମନ୍ଦିର ଯିବାକୁ ପରାମର୍ଶ ଦେଇଥାଆନ୍ତି ।

ଦିନେଶ ବର୍ମାଙ୍କ ଅନୁସାରେ, କୌଣସି ରୋଗ ଔଷଧ ଦ୍ୱାରା ଯେତିକି ଭଲ ହୋଇପାରେ, ଯେତିକି ପ୍ରାର୍ଥନା ଦ୍ୱାରା ବି ହୋଇଥାଏ । ରୋଗୀ ଔଷଧ ଦ୍ୱାରା ଶାରୀରିକ ରୂପେ ସୁସ୍ଥ ହେଉଥିବା ବେଳେ ପୂଜାପାଠ ଦ୍ୱାରା ମାନସିକସ୍ତରରେ ସୁସ୍ଥ ହୋଇଥାଆନ୍ତି ବୋଲି ସେ ବିଶ୍ୱାସ ରଖିଛନ୍ତି । ସେଥିପାଇଁ ସେ ତାଙ୍କ ପାଖକୁ ଆସୁଥିବା ରୋଗୀଙ୍କୁ ଔଷଧ ନେବା ସହିତ ପୂଜାପାଠ କରିବାକୁ ବି ପରାମର୍ଶ ଦେଇ ଥାଆନ୍ତି ।