କରୋନାର ଦ୍ୱିତୀୟ ଲହରକୁ ନେଇ ବିଷେଶଜ୍ଞଙ୍କ ପରାମର୍ଶ । କହିଲେ, ଠିକରେ ସମସ୍ତେ ମାସ୍କ ପିନ୍ଧନ୍ତୁ, ମେ ୧ରୁ ଟିକା ନିଅନ୍ତୁ

133

କନକ ବ୍ୟୁରୋ: କରୋନା ସ୍ଥିତିକୁ ନେଇ ସୂଚନା ଦେଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହରକୁ ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ବିଷେଶଜ୍ଞ । ପୂର୍ବରୁ କୋଭିଡ ସହ ଲଢି ଆମେ ସଫଳତା ପାଇଛନ୍ତି । ଦ୍ୱିତୀୟ ଲହରକୁ ନେଇ ଜନସାଧାରଣ ଆତଙ୍କିତ ଅଛନ୍ତି । କୋଭିଡ ଦ୍ୱିତୀୟ ଲହରକୁ ମୁକିବିଲା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ବିଶେଷଜ୍ଞ କହିଛନ୍ତି ।

ଏନେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ପ୍ରଥମ ଅପେକ୍ଷ ଦ୍ୱିତୀୟରେ ଦ୍ରୁତଗତିରେ ସଂକ୍ରମଣ ହେଉଛି । ଏସବୁ ବର୍ଗର ଲୋକଙ୍କୁ କରୋନାର ନୂଆ ଷ୍ର୍ଟ୍ରେନ ସଂକ୍ରମିତ କରୁଛି । ଶିଶୁ ଓ କିଶୋରଙ୍କୁ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ କରୁଛି । ମାସ୍କ ଠିକ ସେ ନପିନ୍ଧିବାରୁ ବି କରୋନା ଆକ୍ରାନ୍ତ ହେଉଛନ୍ତି ଲୋକ । ଘର ଓ ବାହାରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ଟିକା ନେଇଥିଲେ ବି ସଂକ୍ରମିତ ହେବାର ସମ୍ଭାବନା ରହିଛି । ମନରେ ଦ୍ୱିଧା ନରଖି ମେ ୧ରୁ ସମସ୍ତେ ଟିକା ନେବା ଜରୁରୀ ।

ସେହପରି ଡାକ୍ତର ସମ୍ପଦ ଦାସ କହିଛନ୍ତି, ଏହି ଲହରରେ ରୋଗୀଙ୍କ ଠାରେ ନୂଆ ଲକ୍ଷଣ ଦେଖାଯାଉଛି । ବାନ୍ତି, ପତଳା ଝାଡା ହେବା ଲକ୍ଷଣ ରୋଗୀଙ୍କ ଠାରେ ଦେଖାଯାଉଛି । ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ ରହିଛି । ପୂର୍ବ ବର୍ଷ ସଂକ୍ରମିତ ହେଉଥିବା ଲୋକ ଏଥର ପୁଣି ଆକ୍ରାନ୍ତ ହେଉଛନ୍ତି ।