ଉପଯୁକ୍ତ ସମୟରେ ଚିକିତ୍ସା ନ କରାଗଲେ ଟ୍ୟୁମର୍ ଜୀବନ ନେବା ପାଇଁ ବେଶି ସମୟ ନିଏ ନାହିଁ। ଏହି ଟ୍ୟୁମର୍ର ଚିକିତ୍ସା ଲାଗି କେତେ ଜଣଙ୍କୁ ଡାକ୍ତର ଔଷଧ ଦ୍ୱାରା କରାଇବାକୁ ପରାମର୍ଶ ଦେଇଥିବା ବେଳେ ଆଉ କେତେ ଜଣଙ୍କୁ ଅସ୍ତ୍ରୋପଚାର ଦ୍ୱାରା କରାଇବାକୁ କହିଥାନ୍ତି।
ନିକଟରେ ଦେଖିବାକୁ ମିଳିଛି ଏକ ଏପରି ଘଟଣା ଯାହା ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଦରଭଙ୍ଗାର ୨୮ ବର୍ଷୀୟା ମଞ୍ଜୁ ଦେବୀ ଗତ ୩ ବର୍ଷ ହେବ ନିଜ ଡାହାଣ ପେଟରେ ଦରଜ ଅନୁଭବ କରୁଥିଲେ। ସେ ମୁମ୍ବାଇର ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କର ସ୍କାନ କରାଯାଇଥିଲା। ଏହି ସ୍କାନରୁ ଜାଣିବାକୁ ମିଳିଲା ଯେ ମଞ୍ଜୁଙ୍କ ଶରୀରରେ ୩୧/୧୯ ସେଣ୍ଟି ମିଟରର ଏକ ଟ୍ୟୁମର୍ ରହିଛି । ଟ୍ୟୁମରଟି ତାଙ୍କ କିଡନୀରେ ଥିଲା। ଏଥିପାଇଁ ଅପରେସନ କରିବାକୁ ପଡିବ ବୋଲି କହିଥିଲେ ଡାକ୍ତର ।
ଡାକ୍ତରଙ୍କ କହିବା ପରେ ଆରମ୍ଭ ହୋଇଥିଲା ଅପରେସନ । ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ଟ୍ୟୁମର ବାହାରିଥିଲା । କିନ୍ତୁ ଏହି ଟ୍ୟୁମରକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ମଞ୍ଜୁଙ୍କ ପେଟରୁ ୫.୫ କିଲୋ ଓଜନର ଟ୍ୟୁମର ବାହାରିଥିଲା । ଯାହା ସାଧାରଣ ମଣିଷର କିଡନୀର ଓଜନ ଠାରୁ ପ୍ରାୟ ୫୦ ଗୁଣା ଅଧିକ । ସାଧାରଣତଃ ମଣିଷର କିଡନୀର ଓଜନ ୧୧୦ରୁ ୧୪୦ ଗ୍ରାମ ହୋଇଥାଏ । ମଞ୍ଜୁଙ୍କ ପେଟରୁ ବାହାରିଥିବା ଟ୍ୟୁମର ବିଶ୍ୱର ସବୁଠାରୁ ବଡ ଟ୍ୟୁମର ବୋଲି ରେକର୍ଡ କରିଛି । ଏନେଇ ଗିନିଜ ୱାର୍ଲ୍ଡ ପକ୍ଷରୁ ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/kidney.jpeg)