ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ସ୍ୱାମୀ କରିଦେଲେ ଏଭଳି କାମ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

340

କନକ ବ୍ୟୁରୋ : ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଆମ ହିନ୍ଦୁ ଶାସ୍ତ୍ର ମୁତାବକ ୭ ଜନ୍ମର ବୋଲି କୁହାଯାଇଥାଏ । ଜଣେ ଜଣଙ୍କ ବିନା ସମ୍ପୂର୍ଣ୍ଣ ନୁହେଁ ବୋଲି ଆମ ସମାଜ ସ୍ୱିକାର କରିଥାଏ । ଏହି କାରଣରୁ ସ୍ତ୍ରୀକୁ ସ୍ୱାମୀର ଅର୍ଦ୍ଧାଙ୍ଗୀନି ବୋଲି ବିବେଚନା କରାଯାଇଥାଏ । ହେଲେ ଜଣେ ସ୍ୱାମୀ ଯେ ନିଜର ମରିଯାଇଥିବା ସ୍ତ୍ରୀ ପାଇଁ ଏତେ କିଛି କରିପାରିବ ତାହା ବୋଧେ ଲୈଲା ମଜନୁଙ୍କ ପରେ ପ୍ରଥମ ଥର ଦେଖିବାକୁ ମିଳିଛି ।

ଏହି ଘଟଣା ଅନ୍ୟ ଦେଶର ନୁହେଁ ବରଂ ଆମ ଦେଶ ଭାରତର ହିମାଚଳ ପ୍ରଦେଶର । ହିମାଚଳ ପ୍ରଦେଶର ହମିରପୁର ଠାରେ ରହୁଥିବା ଅବସରପ୍ରାପ୍ତ ଡାକ୍ତର ନିଜ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ସରକାରଙ୍କୁ ଦାନ କରିଦେଇଛନ୍ତି । କୁହାଯାଉଛି କି ଡାକ୍ତରଙ୍କର କୌଣସି ସନ୍ତାନ ନାହିଁ । ଏହି କାରଣରୁ ସେ ନିଜର ୫ କୋଟିରୁ ଉଦ୍ଦ୍ୱର୍ ଟଙ୍କାର ସମ୍ପତ୍ତି ଦାନ କରିଦେଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଡାକ୍ତରଙ୍କ ବାବଦରେ ଚର୍ଚ୍ଚା କରିବାରେ ଲାଗିଛନ୍ତି ।

ସୂଚନା ମୁତାବକ ଜେଲସପ୍ପଡ ଗାଁର ସନକର ଠାରେ ରହୁଥିବା ୭୨ ବର୍ଷିୟ ଡାକ୍ତର ରାଜେନ୍ଦ୍ର କଂବର ସ୍ୱାସ୍ଥ୍ୟ ବିଭାଗ ଓ ତାଙ୍କ ପତ୍ନୀ କୃଷ୍ଣା କବଂର ଶିକ୍ଷା ବିଭାଗରୁ ଅବସର ନେଇଥିଲେ । ଗତବର୍ଷ ଡାକ୍ତରଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିଲା । କୃଷ୍ଣାଙ୍କର ଶେଷ ଇଚ୍ଛା ଥିଲା କି ତାଙ୍କ ଅନ୍ତେ ତାଙ୍କର ସମସ୍ତ ଅଚଳାଚଳ ସମ୍ପତ୍ତି ସରକାରଙ୍କୁ ଦାନ କରିଦେବେ ତାଙ୍କର ସ୍ୱାମୀ । ପତ୍ନୀଙ୍କର ଏହି ଶେଷ ଇଚ୍ଛାକୁ ପୂରଣ କରିବାକୁ ଏବେ ଡାକ୍ତର ରାଜେନ୍ଦ୍ର କୁବଂର ତାଙ୍କର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିଦେଇଛନ୍ତି ।

ଏନେଇ ଡାକ୍ତର ଜଣଙ୍କ କହିଛନ୍ତି କି ଯେଉଁ ବୁଦ୍ଧ ବୃଦ୍ଧା ମାନଙ୍କ ପାଖରେ ରହିବାକୁ ଘର ନାହିଁ କିମ୍ବା ସେମାନଙ୍କୁ ସେମାନଙ୍କ ସନ୍ତାନମାନେ ରଖିବାକୁ ଚାହୁଁ ନାହାଁନ୍ତି ସରକାର ମୋର ଏହି ଘରେ ସେହିଭଳି ଲୋକମାନଙ୍କୁ ରହିବାକୁ ସୁଯୋଗ ଦେବେ । ଏହାସହ ସେ ଲୋକମାନଙ୍କ ଉର୍ଦ୍ଦେଶରେ କହିଛନ୍ତି କି, ଜୀବନରେ ସର୍ବଦା ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ କରନ୍ତୁ ।