କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଂଚିଛି । ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି । ଏପରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମମତା ବାନାର୍ଜୀ କହିଛନ୍ତି । କିନ୍ତୁ ଏଥିପ୍ରତି ଆନ୍ଦୋଳନକାରୀ ଡାକ୍ତର ଖାତିର କରି ନାହାନ୍ତି । କୋଲକାତାର ସରକାରୀ ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଦୁଇ ଜଣ ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ମାଡ ମାରିଥିଲେ ।

Advertisment

publive-imageଏହାକୁ ବିରୋଧରେ ଡାକ୍ତର ସଂଘ ଆନ୍ଦୋଳନ କରିଛନ୍ତି । ଏପଟେ ପଶ୍ଚିମ ବଙ୍ଗ ଡାକ୍ତରଙ୍କ ଆନ୍ଦୋଳନର ନିଆଁ ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ ପଡିବା ଆରମ୍ଭ କରିଛି । ଆଜିଠାରୁ ଦିଲ୍ଲୀ ଏମ୍ସରେ ଡାକ୍ତର ଏହାକୁ ସମର୍ଥନ କରି ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି । ଡାକ୍ତରଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ଉଚିତ ବୋଲି ସେମାନେ ଦାବି କରିଛନ୍ତି । ଏପରିକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଆନ୍ଦୋଳନକାରୀ ଡାକ୍ତର ଦାବି କରିଛନ୍ତି ।