ଛୁଟିରେ ଡାକ୍ତର, ରୋଗୀ ଦେଖିଲେ ବିଧାୟକ ।ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ।
କନକ ବ୍ୟୁରୋ: ସୁନ୍ଦରଗଡ଼ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର । ଫଳରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ ଜଣ ଡାକ୍ତର ନିଯୁକ୍ତ ରହିବା ନେଇ ନିୟମ ରହିଛି । ହେଲେ ନିଯୁକ୍ତି ପାଇଛନ୍ତି ମାତ୍ର ଦୁଇ ଜଣ ଡାକ୍ତର । ଏବେ ଦୁଇ ଜଣ ଯାକ ଡାକ୍ତର ହସ୍ପିଟାଲକୁ ଆସିନଥିବାରୁ ବନ୍ଦ ରହିଥିଲା ଓପିଡି । ହେଲେ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଥିବାରୁ ସ୍ୱାସ୍ଥ୍ୟ ସେବା କରିଥିଲେ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ଡାକ୍ତର ରାଜନ ଏକ୍କା ।

Kanak News is now on WhatsApp
Join and get latest news updates delivered to you via WhatsApp
ଡାକ୍ତରଙ୍କ ସିଟ୍ରେ ବସି ସେ ରୋଗୀ ସେବା କରୁଛନ୍ତି । ବିଧାୟକ ପୂର୍ବରୁ ସେ ସେନାରେ ଡାକ୍ତର ଥିଲେ । ରୋଗୀ ସେବା ଅଭିଜ୍ଞତା ରହିଥିବାରୁ ଏପରି ସମୟରେ ଆସି ରୋଗୀ ଦେଖିଥିଲେ । ଏହି ହସ୍ପିଟାଲ ଉପରେ ୧୦ରୁ ଅଧିକ ପଂଚାୟତ ଓ ଗୋଟିଏ ପୌରପାଳିକାର ଲୋକ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ୪ଶହରୁ ଅଧିକ ଲୋକ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ଯାହାକୁ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ ପାଉଛି ।