ଅକ୍ଟୋବରରେ ହ୍ରାସ ପାଉଛି ନୂଆ କରୋନା ପଜିଟିଭଙ୍କ ସଂଖ୍ୟା: ଆକାନ୍ତଙ୍କ ତୁଳନାରେ ଅଧିକ ହେଉଛନ୍ତି ସୁସ୍ଥ; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି

କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ

241

କନକ ବ୍ୟୁରୋ: କିଛି ଦିନ ହେଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ତା’ଠାରୁ ଅଧିକ ସୁସ୍ଥ ହେଉଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଓଡ଼ିଶାର ୫ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲାଗୁଡିକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି । ଭୁବନେଶ୍ୱରରେ ରବିବାର ଦିନ ୩୦୦ ତଳକୁ ଖସିଛି ନୂଆ ପଜିଟିଭଙ୍କ ସଂଖ୍ୟା । ସେପ୍ଟେମ୍ବରରେ ସଂକ୍ରମଣ ଯେପରି ଭାବେ ବ୍ୟାପୁଥିଲା, ଅକ୍ଟୋବରରେ ଏହି ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । କିଛି ଦିନ ହେଲା ରାଜ୍ୟରେ ୩ ହଜାର ତଳକୁ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମଧ୍ୟ ଅନୁରୂପ ଟ୍ରେଣ୍ଡ ଦେଖିବାକୁ ମିଳୁଛି ।

ସେପ୍ଟେମ୍ବର ଅପେକ୍ଷା ଅକ୍ଟୋବରରେ ଦୈନିକ ସଂକ୍ରମଣରେ ପ୍ରାୟ ୨୦ ହଜାର ହ୍ରାସ ପାଇଛି । ଟେଷ୍ଟ ପଜିଟିଭ ରେଟ୍ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବରିଷ୍ଠ ଭେଷଜ ବିଶେଷଜ୍ଞ କହିଛନ୍ତି, କୋଭିଡ୍ କଟକଣା କଡ଼ାକଡ଼ି ପାଳନ କଲେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଖିଦୃଶିଆ ହ୍ରାସ ପାଇବା ସମ୍ଭାବନା ରହିଛି । ତେବେ ଏହି ସତର୍କତା ଆମକୁ ଆଗକୁ ମଧ୍ୟ ଜାରି ରଖିବାକୁ ପଡିବ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।