ଚିକିତ୍ସା ଛାଡି ନାଚିଲେ ଡାକ୍ତର : ଅପରେସନ୍ ଟେବୁଲରେ ପଡ଼ିରହିଥିବା ରୋଗୀଙ୍କର ହୋଇଗଲା ବ୍ରେନଡେଡ୍
ଡ଼ାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ରୋଗୀମାନଙ୍କର ବଞ୍ଚିବା ମରିବା ଡ଼ାକ୍ତରଙ୍କ ଉପରେ ନିର୍ଭର କରିଥାଏ । କିନ୍ତୁ ଆଟଲାଣ୍ଟାରେ ଡ଼ାକ୍ତରଙ୍କ ଚିକିତ୍ସାରେ ଅବହେଳା ହେତୁ ଜଣେ ରୋଗୀଙ୍କର ବ୍ରେନଡେଡ୍ ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ରୋଗୀଙ୍କୁ ଅପରେସନ୍ ପାଇଁ ଅଣା ଯାଇଥିବା ବେଳେ ସର୍ଜରୀ ଟେବୁଲ ପାଖରେ ସର୍ଜରୀ କରିବା ପରିବର୍ତ୍ତେ ନାଚିବା ଆରମ୍ଭ କରିଥିଲେ ଡ଼ାକ୍ତର ଓ୍ଵିଣ୍ଡିଲ୍ । ଏହା ସହ ସେ ନିଜର ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ । ଏହା ପରେ ରୋଗୀ ଜଣକ ବ୍ରେନଡେଡ୍ ହୋଇଯାଇଥିଲା। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଭିଡ଼ିଓ ପଛର କାହାଣୀ ଜାଣି ପୁଲିସ ଡ଼ାକ୍ତର ଓ୍ଵିଣ୍ଡିଲଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭିଡ଼ିଓ ଭାଇରାଲ ପରେ ଏବେ ଗୋଟିଏ ପରେ ଗୋଟିଏ ଓ୍ଵିଣ୍ଡିଲଙ୍କ ବିରୋଧରେ ଏତଲା ରୁଜୁ ହେବା ଆରମ୍ଭ ହୋଇଛି । ପୂର୍ବରୁ ସେ କରିଥିବା ଅପରେସନକୁ ନେଇ ରୋଗୀମାନେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଜଣେ ରୋଗୀ ଶରୀରର ଚର୍ବି ହଟାଇବା ପାଇଁ ଆସିଥିବା ବେଳେ ଡ଼ାକ୍ତର ଓ୍ଵିଣ୍ଡିଲ ତାଙ୍କର ମସ୍ତିଷ୍କ ଅପରେସନ କରି ଦେଇଥିଲେ । ଯାହା ଫଳରେ ସେ କୋମାକୁ ଚାଲି ଯାଇଥିଲେ । ଏଭଳି କିଛି ମାମଲା ସାମ୍ନାକୁ ଆସିବାରୁ ପୁଲିସ ଓ୍ଵିଣ୍ଡିଲଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।