ଆଉ ଅକ୍ସିଜେନ୍ ପାଇଁ ଯିବନି ଜୀବନ ? ଡାକ୍ତର ତିଆରି କଲେ ନୂଆ ମେସିନ୍, ବାୟୁରୁ ସିଧାସଳଖ ରୋଗୀଙ୍କୁ ମିଳିପାରିବ ଅକ୍ସିଜେନ୍ ।
କନକ ବ୍ୟୁରୋ : ଅକ୍ସିଜେନ୍ କେତେ ଆଖିକୁ ଯେ ଓଦା କରିସାରିଲାଣି, ନିଶ୍ୱାସ ବିନା କେତେ ଯେ ଜୀବନ ଗଲାଣି, ତାହା ଆକଳନ କରିବା କଷ୍ଟ । ପ୍ରତିଦିନ ଦେଶର କେଉଁଠୁ ନା କେଉଁଠୁ ଅକ୍ସିଜେନ୍ ଅଭାବରୁ ଜାବନ ଚାଲିଯିବାର ଖବର ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ମଧ୍ୟପ୍ରଦେଶରୁ ଯେଉଁ ଖବର ଆସିଛି, ତାହା ସମସ୍ତଙ୍କୁ ଆଶ୍ୱସ୍ତି ଆଣିଦେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ମଧ୍ୟପ୍ରଦେଶର ଅଗରମାଲବା ଜିଲ୍ଲାର ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀମାନେ ତିଆରି କରିଛନ୍ତି ମଣିଷ ମୁହଁରେ ସଞ୍ଜୀବନି ଭରିଦଉଥିବା ମେସିନ୍ । ଆପଣମାନେ ଜାଣିଛନ୍ତି ବାୟୁମଣ୍ଡଳରେ ଅକ୍ସିଜେନ୍ ରହିଛି । ଆଉ ଏହି ମେସିନ୍ ସାହାଯ୍ୟରେ ସିଧାସଳଖ ବାୟୁମଣ୍ଡଳରୁ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଇପାରିବ । ଯେଉଁଥିରେ ଅତ୍ୟନ୍ତ ଗୁରୁତର ଥିବା ରୋଗୀଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତି ମିଳିପାରିବ ।
ଆପଣମାନେ ଥ୍ରି ଇଡିୟଟ୍ସ ଫିଲ୍ମ ଦେଖିଥିବେ । ସେଥିରେ ଅଭିନେତା ଅମିର ଖା୍ନ କିପରି ଏମରଜେନ୍ସି ଡେଲିଭରି ପାଇଁ ଏକ ଭ୍ୟାକୁମ ମେସିନ୍ ବନାଇଥିଲେ । ଠିକ୍ ଏମିତି ହିଁ ଚିନ୍ତାଧାରା ମନରେ ରଖି ଅକ୍ସିଜେନ୍ ଅଭାବକୁ ଦୂର କରିବା ପାଇଁ ଏକ ସ୍ୱତନ୍ତ୍ର ମେସିନ୍ ତିଆରି କରିଛନ୍ତି ଡାକ୍ତର ବ୍ରଜ ଭୂଷଣ ପଟିଦାର । ଡେନ୍ତାଲ ହସ୍ପିଟାଲରେ କାମରେ ଲାଗୁଥିବା କମ୍ପ୍ରେସର ମେସିନରେ କିଛି ମୋଡିଫିକେସନ୍ କରି ଏପରି ମେସିନ୍ ପ୍ରସ୍ତୁତ କରିଛନ୍ତି । ଆଉ ଏଥିପାଇଁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।
ତେବେ ସାରା ଦେଶରୁ ଅକ୍ସିଜେନ ଅଭାବରୁ ଜୀବନ ଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ, ଏହି ମେସିନ୍ ଦ୍ୱାରା ଗୁରୁତର ରୋଗୀଙ୍କୁ ନିହାତି ଭାବେ ଆଶ୍ୱସ୍ତି ମିଳିପାରିବ ବୋଲି କହିଛନ୍ତି ଡାକ୍ତର । କିନ୍ତୁ ଏହି ମେସିନରୁ ରୋଗୀଙ୍କୁ ଫାଇଦା ମିଳିବା ନେଇ କୌଣସି ଚିକିତ୍ସା ସଂସ୍ଥା କିମ୍ବା ବିଶେଷଜ୍ଞ ଏଯାଏଁ ସ୍ପଷ୍ଟ କରିନାହାନ୍ତି । ତେବେ ଏହି ମେସିନ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିଲେ ନିହାତି ଭାବେ ଅନେକ ରୋଗୀଙ୍କୁ ସାହାଯ୍ୟ ମିଳିପାରିବ ।