ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତର । କାରଣ ଖୋଜୁଛି ପୋଲିସ ।

5,636

କନକ ବ୍ୟୁରୋ: ପ୍ରଥମେ ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କଲେପରେ ନିଜେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ଏଭଳି ଘଟଣା ଘଟାଇଥିବା ବ୍ୟକ୍ତି ହେଉଛନ୍ତି ଡାକ୍ତର ଅରୁଣ ସିଂ । ପୋଲିସ ପହଞ୍ଚି ସମସ୍ତ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଏହାର କାରଣ ଖୋଜୁଛି ।

ରାଏବରେଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଲୋକ ପ୍ରିୟଦର୍ଶୀ କହିଛନ୍ତି, ପ୍ରାପ୍ତ ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ଡାକ୍ତରଜଣକ ଥିଲେ ଚକ୍ଷୁବିଶେଷଜ୍ଞ। ସେ ଅବସାଦଗ୍ରସ୍ତ ଥିଲେ। ସେ ‘ମଡର୍ଣ୍ଣ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରି’ରେ ଆସିଷ୍ଟାଣ୍ଟ୍‌ ଡିଭିଜନାଲ୍‌ ମେଡିକାଲ୍‌ ଅଫିସର୍‌ ଭାବେ କାର୍ଯ୍ୟ କରୁଥିଲେ । ଗତ ରବିବାରଠାରୁ ଡାକ୍ତରଙ୍କ ପରିବାରର କୌଅଣସି ସଦସ୍ୟ କାହା ସହିତ ଯୋଗାଯୋଗ କରି ନ ଥିଲେ। ଫଳରେ ପଡୋଶୀ ଓ ସମ୍ପର୍କୀୟଙ୍କ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି ଯେ, ମୃତ୍ୟୁ ପୂର୍ବରୁ ଅନେକ ଇଞ୍ଜେକ୍ସନ୍‌ ବ୍ୟବହୃତ ହୋଇଥିଲା। ପାରିପାଶ୍ୱିର୍କ ସ୍ଥିତିରୁ ଜଣାପଡୁଛି ଯେ, ପ୍ରଥମେ ସେ ଔଷଧ ଦେଇ ପିଲାଙ୍କୁ ଅଚେତ କରାଇବା ପରେ ସେମାନଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ପରେ ସେ ନିଜେ ଫାଶୀ ଲଗାଇ ଜୀବନ ହରାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ। ମୃତ ଡାକ୍ତର, ତାଙ୍କ ପତ୍ନୀ ଓ ପୁଅଝିଅଙ୍କ ଶବ ଉଦ୍ଧାର କରାଯାଇଛି। ଝିଅର ବୟସ ୧୪ ଏବଂ ପୁଅର ବୟସ ୫ ବର୍ଷ ।