କଟକ ଏସସିବି ମେଡିକାଲରେ ଚାଲିଲା ଅନ୍ଧାରୀ ଚିକିତ୍ସା । ୧୫ ମିନିଟ ପାଇଁ ବିଜୁଳି ଚାଲିଯିବା ପରେ ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଲଗାଇ ରୋଗୀ ଦେଖିଲେ ଡାକ୍ତର ।

110

କନକ ବ୍ୟୁରୋ : କଟକ ବଡ ମେଡିକାଲରେ ବଡ ବିଭ୍ରାଟ ସାମ୍ନାକୁ ଆସିଛି । ଏସସିବି ମେଡିକାଲ କଲେଜରେ ଅନ୍ଧାରୀ ଚିକିତ୍ସା ଭଳି ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି । ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖୁଥିବାର ଭିଡିଓ ଏବେ ରାଜ୍ୟର ସବୁଠାରୁ ବଡ ମେଡିକାଲର ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି ।

ଗତକାଲି ରାତି ପ୍ରାୟ ସାଢେ ୯ଟାରେ କଟକ ଏସସିବି ମେଡିକାଲ କଲେଜରେ ୧୫ ମିନିଟ ପାଇଁ ବିଜୁଳି ଆଲୁଅ ଚାଲି ଯାଇଥିଲା । ଏହି ସମୟରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଓ ଚିକିତ୍ସା କରୁଥିବା ଡାକ୍ତର ଟର୍ଚ୍ଚ ବ୍ୟବହାର କରି ଚିକିତ୍ସା କରିଥିଲେ । ତେବେ ଜରୁରୀକାଳୀନ ବିଭାଗକୁ ରୋଗୀ ତତକ୍ଷଣାତ ଚିକିତ୍ସା ପାଇଁ ଆସୁଥିବାବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନରହିବା ବଡ ପ୍ରଶ୍ନବାସୀ ସୃଷ୍ଟି କରିଛି । ହସ୍ପିଟାଲ କର୍ତୃପକ୍ଷଙ୍କୁ ପଚାରିବାରୁ ୧୫ ମିନିଟ ପାଇଁ ବିଜୁଳି ଯାଇଥିଲା ଓ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ବୋଲି କହିଛନ୍ତି କଟକ ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ।