୫-ଟି ରାସ୍ତାରେ ଡାକ୍ତର ! ଅଙ୍ଗନୱାଡି ତଦାରଖ କଲେ, ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ।

322

କନକ ବ୍ୟୁରୋ : ସରକାର ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଂଚାଇବା ସହ ସରକାରୀ କଳକୁ କ୍ରିୟାଶୀଳ କରିବା ଲାଗି ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସରକାରଙ୍କ ଏହି କାର୍ଯ୍ୟକ୍ରମ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏଥିରେ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ, ଏସ୍‌ପିମାନେ ଅଚାନକ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପହଂଚି ତଦାରଖ କରୁଛନ୍ତି । ଏହାକୁ ଅନୁସରଣ କରି ଗଂଜାମ ଜିଲ୍ଲାର ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା ଜଣେ ଡାକ୍ତର, ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ତଦାରଖ କରିବା ସହ ପିଲାଙ୍କ ସହ ଖାଇଛନ୍ତି । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ବ୍ରହ୍ମପୁର ଅରବିନ୍ଦ ନଗର ଦ୍ୱିତୀୟ ଲେନ୍‌ର ଡାକ୍ତର ପଦ୍ମନାଭ ଦାସ ଚକ୍ଷୁ ବିଶେଷଜ୍ଞ ଭାବେ ଚାକିରି କରି ୨୦୨୬ ଡିସେମ୍ବର ମାସରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବା ପରେ ସେ କୋରାପୁଟ ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ ଠିକାଭିତ୍ତିକ ନିଯୁକ୍ତି ପାଇଥିଲେ । ସେଠାରୁ ସେ ଚାକିରି ଛାଡ଼ି ଗତ ୩ ମାସ ହେଲା ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକା ଭିତ୍ତିରେ ନିଯୁକ୍ତି ପାଇ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି ।