ଡାକ୍ତରଙ୍କ ବେଶରେ ଭଗବାନ ! ବିନା ବିରତିରେ ଦୀର୍ଘ ୩୨ ଘଣ୍ଟା ଅପରେସନ୍ କରି ରୋଗୀକୁ ଦେଲେ ପୁନଃର୍ଜନ୍ମ ।

Advertisment
ଡାକ୍ତରଙ୍କ ବେଶରେ ଭଗବାନ ! ବିନା ବିରତିରେ ଦୀର୍ଘ ୩୨ ଘଣ୍ଟା ଅପରେସନ୍ କରି ରୋଗୀକୁ ଦେଲେ ପୁନଃର୍ଜନ୍ମ ।

image courtesy - Daily Express

ସମାଜରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ମର୍ଯ୍ୟାଦା ମିଳିଛି । ଏହାର କାରଣ ଦୁଃସାଧ୍ୟ ରୋଗର ନିରାକରଣ କରି ପୁନଃଜୀବନ ଦେଲା ପରି ଶକ୍ତି ଡାକ୍ତରଙ୍କ ପାଖରେ ରହିଛି । କିଛି କ୍ଷେତ୍ରରେ ଡାକ୍ତର ନିଜ କର୍ମରୁ ବିମୁଖ ହୋଇଥିବା ନଜର ଆସେ କିନ୍ତୁ ଏହାର ଅର୍ଥ ନୁହେଁ ଦୁନିଆର ସବୁ ଡାକ୍ତର ନିଜ କର୍ମକୁ ଖାମଖିଆଲ ଭାବେ ନିଅନ୍ତି । ଏଭଳି ଏକ ଘଟଣା ଏବଂ ଦୁଇ ଡାକ୍ତରଙ୍କ କର୍ମପ୍ରତି ସଚ୍ଚୋଟତାକୁ ନେଇ ଆଜି ଆମର ବିଶେଷ ରିପୋର୍ଟ । publive-imageଘଟଣାଟି ହେଉଛି ଚୀନର । ଚୀନର ଫ୍ୟୁଜାନ୍ ମେଡିକାଲ୍ ୟୁନିଭରସିଟି ୟୁନିଅନ୍ ହସ୍ପିଟାଲରେ ଦୀର୍ଘ ୩୨ ଘଣ୍ଟା ଅପରେସନ୍ ଥିଏଟରରେ ରହି ଦୁଇ ଡାକ୍ତର ଚେନ୍ ଜିଆନପିଙ୍ଗ୍ ଏବଂ ରିଙ୍ଗ୍ ହୋନାଏ ଜଣେ ଟ୍ୟୁମର ପୀଡିତଙ୍କର ମୁଣ୍ଡରୁ ଏବଂ ପେଟରୁ ଦୁଇଟି ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ରୋଗୀଙ୍କ ଦେହ ସୁସ୍ଥ ହେବାର ସୁଚନା ମିଳୁଛି । ରୋଗୀଙ୍କ ଶରୀରରେ ଅର୍ଥାତ୍ ଉଭୟ ମୁଣ୍ଡ ଏବଂ ପେଟରେ ଦୁଇଟି ଟ୍ୟୁମର ଥିବାର ଖବର ପାଇ ଦୁଇ ସର୍ଜନ ଏହାକୁ ବାହାର କରିବାରେ ଲାଗିପଡିଥିଲେ ।
ଡାକ୍ତର ଚେନ୍ ଜିଆନପିଙ୍ଗଙ୍କ କହିବାନୁସାରେ, “ରୋଗୀଙ୍କ ଶରୀରର ଦୁଇଟି ସ୍ଥାନରେ ଟ୍ୟୁମର ଥିବାରୁ ଏହାକୁ ବାହାର କରିବା ଆମ ପକ୍ଷେ କଠିନ ସାବ୍ୟସ୍ତ ହୋଇଥିଲା । ଏହା ସମୟସାପେକ୍ଷ,ବିପଦପୂର୍ଣ୍ଣ ଏବଂ କଷ୍ଟକର ଥିଲା । ଗୋଟିଏ ଟ୍ୟୁମର ବାହାର କରୁ କରୁ ଅନ୍ୟଟି ଫାଟିଯିବାୀ ଭୟ ମଧ୍ୟ ଲାଗି ରହିଥିଲା । କିନ୍ତୁ ହସ୍ପିଟାଲର ଅନ୍ୟ କର୍ମଚାରୀ ଏବଂ ଭଗବାନଙ୍କ କୃପାରୁ ଦୀର୍ଘ ୩୨ ଘଣ୍ଟାର ପ୍ରଚେଷ୍ଟା ପରେ ଅପରେସନ୍ ସଫଳ ହେଲା ।”
ଚୀନର ଏକ ଖବରକାଗଜ ରିପୋର୍ଟ ଅନୁସାରେ ଆଜି ପର୍ଯ୍ୟନ୍ତ ହୋଇ ଆସିଥିବା ଅପରେସନ୍ ମଧ୍ୟରେ ଏହା ସବୁଠାରୁ ଦୀର୍ଘ ଅପରେସନ । ଅପରେସନ୍ ଚାଲିଥିବା ସମୟରେ ଦୁଇ ସର୍ଜନ୍ କେବଳ ୧୦ ମିନିଟର ବିରତି ନେଇ ଲଗାତାର ସମୟ ଦେଇ ରୋଗୀର ଜୀବନ ବ
ଞ୍ଚାଇବାରେ ସଫଳ ହୋଇଥିଲେ । ଅପରେସନ୍ ସଫଳ ହେବା ପରେ ଦୁଇ ଡାକ୍ତର କ୍ଲାନ୍ତ ହୋଇ ଭୁମିରେ ଗଡି ପଡିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe