ମୃତ ବ୍ୟକ୍ତିଙ୍କୁ ଜୀବିତ ଥିବା କହି ଅପରେସନ୍ ନାଁରେ ଲକ୍ଷାଧିକ ଟଙ୍କା ହଡପ କଲେ ଡାକ୍ତର ! ଟଙ୍କା ଲୋଭରେ ଭୁଲିଗଲେ ନିଜ ଦାୟିତ୍ୱ ।

ମୃତ ବ୍ୟକ୍ତିଙ୍କୁ ଜୀବିତ ଥିବା କହି ଅପରେସନ୍ ନାଁରେ ଲକ୍ଷାଧିକ ଟଙ୍କା ହଡପ କଲେ ଡାକ୍ତର ! ଟଙ୍କା ଲୋଭରେ ଭୁଲିଗଲେ ନିଜ ଦାୟିତ୍ୱ ।

ଜଣେ ମୃତ ଯୁବକଙ୍କୁ ବଚାଂଇଦେବା କହି ଅପରେସନ୍ ନାଁରେ ମୃତ ଯୁବକଙ୍କ ପରିବାରରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଡାକ୍ତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାନପୁର ସହରର ସର୍ବୋଦୟ ନଗରର ଏକ ବେସରକାରୀ ହସ୍ପିଟାଲରେ । ବେଇମାନ୍ ଡାକ୍ତର ନିଜ ଲାଭ ପାଇଁ ଜଣେ ମୃତବ୍ୟକ୍ତିଙ୍କ ପରିବାରକୁ ଠକିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ , ଡାକ୍ତରଙ୍କ ଏଭଳି କାରନାମାର ଖବର ଶବ ବ୍ୟବଚ୍ଛେଦ ପରେ ସାମ୍ନାକୁ ଆସିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଅଧିକ ରକ୍ତ ପ୍ରବାହିତ କାରଣରୁ ଯୁବକଙ୍କ ମୃତ୍ୟୁ ପୂର୍ବରୁ ହିଁ ହୋଇଯାଇଥିଲା । ଯୁବକଙ୍କ ପରିଚୟ ରୋହିତ୍ ଶର୍ମା ନାଁରେ ହୋଇଥିବା ବେଳେ ସେ କାନପୁରରେ ଏକ ବେସରକାରୀ କମ୍ପାନୀରେ ଚାକିରୀ କରୁଥିଲେ । ତେବେ ଏକ ସଡକ ଦୂର୍ଘଟଣାରେ ରେହିତଙ୍କ ସମେତ ତାଙ୍କର କିଛି ସହଯୋଗୀ ମଧ୍ୟ ଆହାତ ହୋଇଥିଲେ କିନ୍ତୁ ରୋହିତଙ୍କ ଅବସ୍ଥା ଗମ୍ଭୀର ହୋଇଥିବାରୁ ତାଙ୍କୁ ସର୍ବୋଦୟ ନଗରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କୁହାଯାଉଛି କି ଉକ୍ତ ଦିନ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

publive-image

କିନ୍ତୁ ତା ପରଦିନ ଡାକ୍ତର ମଧ୍ୟାହ୍ନରେ ତାଙ୍କ ଅପରେସନ୍ ହେବା କଥା କହି ରୋହିତଙ୍କ ପରିବାରଠାରୁ ୩.୩୦ ଲକ୍ଷ ଟଙ୍କା ଡିପୋଜିଟ୍ କରିବା ପାଇଁ କହିଥିଲେ । ଶୁକ୍ରବାର ଯେତେବେଳେ ଅଫିସ୍ କର୍ମଚାରୀ ରୋହିତ୍ ଙ୍କୁ ଭେଟିବା ପାଇଁ ଡାକ୍ତରଖାନା ପହଞ୍ôଚଲେ ସେତେବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ । କିନ୍ତୁ ପୋଷ୍ଟମଟର୍ମ ରିପୋର୍ଟ ଅନୁସାରେ ରୋହିତଙ୍କ ମୃତ୍ୟୁ ଡାକ୍ତରଖାନା ଆଣିବାର କିଛି ସମୟ ପରେ ହିଁ ହୋଇ ଯାଇଥିଲା । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ଏନେଇ ଖୋଳତାଡ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe