ଯୌତୁକ ଦାବି କରିବାରୁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା । ୧୫୦ ଭରି ସୁନା, ଜମି, ବିଏମଡବ୍ଲ୍ୟ କାର ଦାବି କରିଥିଲେ ପୁଅ ଘର ଲୋକ ।

2,847

କନକ ବ୍ୟୁରୋ: କଥାରେ ଅଛି ଯିଏ ଯେତେ ଧନୀ ତାର ସେତେ ଲୋଭ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳ ଥିରୁବନନ୍ତପୁରମରେ । ସୁହାନା ନାମକ ଜଣେ ମହିଳା ଡାକ୍ତର ଅନ୍ୟ ଜଣେ ଡାକ୍ତରଙ୍କୁ ଭଲ ପାଉଥିଲେ । ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପୁଅ ଘର ଲୋକେ ଯୌତୁକ ଆକାରରେ ୧୫୦ ଭରି ଅର୍ଥାତ୍ ଦେଢ କିଲୋ ସୁନା, ଏକ ବିଏମଡବ୍ଲ୍ୟୁ କାର ସହ ୧୫ ଏକର ଜମି ଦେବାକୁ କହିଥିଲେ । କିନ୍ତୁ ଝିଅ ଘର ଲୋକେ ୫୦ ଭରି ସୁନା, ବିଏମଡବ୍ଲ୍ୟୁ କାର ସହ ୫୦ ଲକ୍ଷ ଟଙ୍କାର ଜମି ଦେବାକୁ ରାଜିଥିଲେ । କିନ୍ତୁ ପୁଅ ଘର ଲୋକେ ଏଥିରେ ସନ୍ତୁଷ୍ଟ ନଥିଲେ । ତେଣୁ ସେମାନେ ବିବାହ ଭାଙ୍ଗି ଦେଇଥିଲେ । ବିବାହ ଭାଙ୍ଗିଯିବା ପରେ ୨୬ ବର୍ଷିୟ ମହିଳା ଡାକ୍ତର ଡିପ୍ରେସନକୁ ଚାଲିଯାଇଥିଲେ । ଆଉ ଶେଷରେ ଆନେସ୍ଥେଟିକ ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି । ସୁହାନା ଏବେ ସର୍ଜରୀ ବିଭାଗରେ ପିଜି ପାଠ ପଢୁଛନ୍ତି । ତାଙ୍କର ମୃତ୍ୟୁ ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ କଲେଜ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।