କନକ ବ୍ୟୁରୋ: ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର । ଆଖି ଅସ୍ତ୍ରୋପଚାର ପାଇଁ ରୋଗୀଙ୍କ ଠାରୁ ୫ହଜାର ୫ଶହ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଚକ୍ଷୁ ଡାକ୍ତର । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସଞ୍ଜୀବ କୁମାର ମୋତିଆ ବିନ୍ଦୁ ଅପରେସନ ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ଯାଲୋଇ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କ ଅସ୍ତ୍ରୋପଚାର ପାଇଁ ଏହି ଟଙ୍କା ନେଉଥିଲେ ଡାକ୍ତର । ତେବେ ଡାକ୍ତରଙ୍କ ବାସଭବନ, ସୋନପୁର ସହର ସ୍ଥିତ ସରକାରୀ ଘରେ ଚଢ଼ଉ କରିଛି ଭିଜିଲାନ୍ସ ।