କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ଡାକ୍ତର । ଲାଞ୍ଚୁଆ ଡାକ୍ତର ବାବୁଙ୍କ ଘରୁ ଜବତ ହୋଇଛି ନଗଦ କୋଟିଏ ଟଙ୍କା । ପୁରୀ ଜିଲ୍ଲା ଚାରିଛକ ସିଏଚସିର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ ନଗଦ ୧ କୋଟି ୧୨ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଆଜି ଜଣେ ପ୍ରସୂତିଙ୍କ ସିଜିରିଆନ ଅପରେସନ କରିବା ପାଇଁ ଡାକ୍ତର ସୁକାନ୍ତ ଜେନା ୮ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଥିଲେ । ଏହାପରେ ଭୁବନେଶ୍ୱର ଇନଫୋସିଟି ଥାନା ଅଂଚଳ କଳାରାହାଙ୍ଗର କସମୋ-ଡୁପ୍ଲେକ୍ସ ସ୍ଥିତ ଘରେ ଚଢାଉ କରିଥିଲେ ଭିଜିଲାନ୍ସ ଅଧିକାରୀ ।
ଡାକ୍ତର ସୁକାନ୍ତଙ୍କ ଘରୁ ନଗଦ ୧ କୋଟି ୧୨ଲ କ୍ଷ ଟଙ୍କା ଦେଖି ସମସ୍ତେ କାବା ହୋଇଯାଇଥିଲେ । ଏଇ ନିକଟରେ ଭିଜିଲାନ୍ସ ଯେତେ ଚଢାଉ କରିଛି, ସବୁଠୁ ଅଧିକ ନଗଦ ରାଶି ଜବତ ହୋଇଛି, ଡାକ୍ତର ସୁକାନ୍ତଙ୍କ ଘରୁ । ପ୍ରଶ୍ନ ହେଉଛି, ଡାକ୍ତରଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ହୋଇ ଏତେ ଟଙ୍କା ଆୟ କରିବା ସମ୍ଭବ କି ? ଜଣେ ଡାକ୍ତର ଏତେ ଟଙ୍କା ଜମା ରଖିବାକୁ ହେଲେ ଦୀର୍ଘ ବର୍ଷ ଲାଗିଯିବ ? ତେଣୁ ଡାକ୍ତରଙ୍କ ପାଖରେ ଜବତ ଟଙ୍କା କେଉଁଠୁ ଆସିଲା ତାର ରହସ୍ୟ ଭେଦ କରିପାରିବ ତ ଭିଜିଲାନ୍ସ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/32-19.jpg)
/kanak/media/post_attachments/wp-content/uploads/2022/02/doctor-puri-in-vigilance-702x430-1.jpg)