ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ଼ । ଡାକ୍ତର ନିଶା ଖାଇ ଚିକିତ୍ସା କରିନଥିବା ଅଭିଯୋଗ ।

435

କନକ ବ୍ୟୁରୋ: ରୋଗୀ ମୃତ୍ୟୁକୁ ନେଇ ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜରେ ଉତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଅସୁସ୍ଥତା ଯୋଗୁଁ ଡୁଙ୍ଗୁରିପଡ଼ାର ନିକୁ ବାରିକଙ୍କୁ ଗତକାଲି ସନ୍ଧ୍ୟା ୫ଟାରେ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ୩ଘଂଟା ପର୍ଯ୍ୟନ୍ତ କୌଣସି ଡାକ୍ତର ତାଙ୍କର ଚିକିତ୍ସା କରିନଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପରେ ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀଙ୍କ ଜୀବନ ଚାଲିଯାଇଥିଲା । ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଆସିଥିଲେ । ତେବେ ଡାକ୍ତର ଜଣକ ମଦ ପିଇ ଆସିଥିବା ଓ ବିଳମ୍ବରେ ଆସିଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିବା ସହ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।